(ମଣ୍ଡିଆ ନିର୍ମିତ ଖାଦ୍ଯ ଖାଆନ୍ତୁ ସୁସ୍ଥ ରୁହନ୍ତୁ )
ନୂଆଗାଁ ବ୍ଲକ ସଭା ଗୃହରେ ମହିଳା ଶିଶୁକଲ୍ୟାଣ ବିଭାଗ ଓ ହାମ୍ସ ମିଳିତ ଭାବରେ ପୃଷ୍ଟି ଶସ୍ୟ ମାତୃ ମହୋତ୍ସବ ଅନୁଷ୍ଠିତ।ଏହି କାର୍ଯ୍ୟ କ୍ରମର ମୁଖ୍ୟ ଉଦେଶ୍ୟ ମାଣ୍ଡିଆର ଉପକାରିତା। ଆଜିର ସଭାକୁ ପରିଚାଳନା କରିଥିଲେ ସିଡିପିଓ. ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା. ମୁଖ୍ୟ ଅତିଥିଭାବେ ମଣ୍ଡଳ ଉନୟନ ଅଧିକାରୀ ସଚ୍ଚିଦାନନ୍ଦ ମିଶ୍ର, ସିଡିପିଓ ସୁଭ୍ରାକାନ୍ତି ମଲିକ, ବ୍ଲକ କୃଷି ଅଧିକାରୀ ପୂଜା କହ୍ନର, ସାମଜିକ ଓଡିଶା ଜୀବିକା ମିଶନଶକ୍ତି ସସ୍ମିତା ପରିଡା, ମିଶନଶକ୍ତି ସଂଯୋଜକ ଦିଲୀପ ନାୟକ ଅତିଥିଭାବେ ଯୋଗ ଦେଇଥିଲେ.କୃଷି ବିଭାଗ ସହିତ ମହିଳା ଶିଶୁକଲ୍ୟାଣ ବିଭାଗ ନିବିଡ଼ତା ସମ୍ବନ୍ଧରେ ଆଜି ପୁଙ୍ଖାନୁ ପୁଙ୍ଖ ଭାବରେ ଆଲୋଚନା କରିଥିଲେ କୃଷିଅଧିକାରିଣୀ ପୂଜା କଂହର. କିଭଳି ଭାବେ ଏହି ମାଣ୍ଡିଆ ମଣିଷ ପାଇଁ ନିତାନ୍ତ ଆବଶ୍ୟକ ଯେପରି ଭାତ ତୁରୀ ଅପେକ୍ଷା ମାଣ୍ଡିଆରେ ଅଧିକ ପରିମାଣରେ ଫାଇଭର ଅଛି ଯାହାକି ମା, ଶିଶୁ, ପୁରୁଷ ଉଭୟେ ଖାଇବା ଦ୍ୱାରା ଦେହରେ ପୃଷ୍ଟି ହୀନତା ଦେଖାଯିବ ନାହିଁ।
ସେଥିପାଇଁ ଓଡିଶା ସରକାର ମିଲଟ ମିଶନ ମାଧ୍ୟମରେ ବହୁଯୋଜନା କରୁଛନ୍ତି । ସେ ବିଷୟରେ ସୂଚନା ଦେଇଥିଲେ. ମାଣ୍ଡିଆ ଚାଷ ଏକ ଲାଭଜନକ ଫସଲ ଉତ୍ପାଦନ, ଅମଳ ଅତି ସହଯ, ମଣ୍ଡିଆ ଚାଷ କଲେ ଅଧିକ ପରିମାଣରେ ସାର, ଜଳ ଦରକାର ହୁଏନି। କାରଣ ଯଦି ଆମେ ଦେଖିବା ଆଦିବାସୀ ମନେ ଏହି ମାଣ୍ଡିଆ ଫସଲ କରି ନିଜର ଜୀବନ ଅତିବାହିତ କରିଥାନ୍ତି। ସେମାନଙ୍କୁ ଉତ୍ସାହିତ କରିବା ସହିତ ମାଣ୍ଡିଆ ମଣିଷ ଶରୀରରେ କଣ ଆବଶ୍ୟକତା ରହିଛି ଓ ସରକାରଙ୍କ ତରଫରୁ ମାଣ୍ଡିଆ ଚାଷ କରିବାପାଇଁ କଣ କଣ ପ୍ରୋତ୍ସାହନ ରହିଛି ସେବିଷୟରେ ବିସ୍ତୃତ ଭାବରେ ଉପସ୍ଥାପନା କରିଥିଲେ।
ହାମ୍ସ ର ସମ୍ପାଦକ ବିଜୟ ମହାପାତ୍ର ମାଣ୍ଡିଆ ରେ ତିଆରି କରାଯାଉଥିବା ଖାଦ୍ୟ ପଦାର୍ଥ ଓ ଉପକାରିତା ବିଷୟରେ କହିଥିଲେ। ମଣ୍ଡିଆ ରେ ତିଆରି ଖାଦ୍ୟ ଖାଇଲେ ସାଧରଣ ଭାବରେ ଆଣ୍ଠୁଗଣ୍ଠି ବିନ୍ଧାକମିବା , ସ୍ମରଣ ଶକ୍ତିବଢିବ, ବାକ୍ସକ୍ତି, ଧଇଁସଇଁ ନ ହେବା ଇତ୍ୟାଦିରୋଗର ନିରାକରଣ ହୋଇଥାଏ। ମିଲଟ ମିସନ ୨୦୨୩ କୁ ଅନ୍ତର୍ଜାତିକ ମିଲଟ ଦିବସ ରୂପେ ଘୋଷଣା କରାଯାଇଛି ।
ଶେଷରେ ମଣ୍ଡିଆରେ ନିର୍ମିତ ମଣ୍ଡିଆ ଲସି ,ପୋଡପିଠା ,ମିଶ୍ଚର ,ମୁଡକି ,ଲଡୁ ସମସ୍ତ ଅତିଥି ସ୍ଵାଦ ଚାଖିଥିଲେ । ନୂଆଗାଁ ବ୍ଲକ ର ସମସ୍ତ କର୍ମଚାରୀ ମଣ୍ଡିଆ ତିଆରି ସୁସ୍ଵାଦୁ ଖାଦ୍ଯ ଖାଇ ଖୁସିବ୍ୟକ୍ତ କରିଥିଲେ । ନୂଆଗାଁ ତହସିଲଦାର ଙ୍କୁ ମଧ୍ୟ ମଣ୍ଡିଆ ନିର୍ମିତ ସମସ୍ତ ବ୍ୟଞ୍ଜନ ଦିଆଯାଇଥିଲା ସେ ଖାଇ ଖୁସିବ୍ୟକ୍ତ କରିଥିଲେ । ଶେଷରେ ଅଙ୍ଗନବାଦୀ କର୍ମୀମାନଙ୍କୁ ଭଲ କାର୍ଯ୍ୟ ପାଇଁ ପୁରାକୃତ କରଯାଇଥିଲା ।https://fb.watch/kcuCXAlMum/ -(CLICK TO SEE LIVE PROGRAM)
0 Comments