ଗୁମି ଗ୍ରାମ ନିକଟରେ ଦୃଘଟଣା,4ଜଣ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ, ଜଣେ ଗୁରୁତ୍ୱର.

 


ଆଜି ୨ଟା ସମୟରେ କାଳିଆମ୍ବା ଗ୍ରାମର ଚାରୀ ଜଣ ବ୍ୟକ୍ତି ୨ଟି ବାଇକ କାମ ସାରି ଘରକୁ ଫେରୁଥିବାଲେ. ଠିକ ଗୁମି ନିକଟରେ ଏକ ପିଲା ସାଇକେଲ ଚଳାଉଥିବା ସମୟରେ ହଠାତ ବାଇକ ସାମ୍ନାକୁ ପାଳିଆସିଥିଲା. ବାଇକ ଆରୋହୀ ମନେ ହଠାତ ବ୍ରେକ ଦେବାରୁ ଦୃଘଟଣା ହୋଇଥିଲା. ଆଗରେ ଥିବା ବାଇକୁ ପଛ ବାଇକ ଧକା ଦେଇଥିଲା. ଯଦ୍ୱାରା ଉଭୟ ବାଇକ ରେ ଥିବା ବ୍ୟକ୍ତି ଦୃଘଟଣା ଗ୍ରସ୍ତ ହୋଇ ତାଲେ ପଡିଯାଇଥିଲେ. ସେମାନେ ହେଲେ କାଳିଆମ୍ବା ଗ୍ରାମର ବସନ୍ତ ପ୍ରଧାନ, ଜଳନ୍ଧର ପ୍ରଧାନ, ରମେଶ ବେହେରା, ଲାକ୍ସମଣ ପ୍ରଧାନ.


ତାଙ୍କୁ ନୂଆଗାଁ ଅଗ୍ନିଶମ ବାହିନୀ ଦ୍ୱରା ମହୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି. ସେମାନଙ୍କ ମଧ୍ୟରୁ ଲାକ୍ସମଣ ପ୍ରଧାନ ଗୋଡ଼ରେ ଅତ୍ୟଧିକ ଆଘାତ ହୋଇଥିବାରୁ ନୟାଗଡ଼ ମୁଖ୍ୟ ଚିକିଛାଳୟକୁ ସ୍ଥାନାନ୍ତର କରାଯିବ ସୂଚନା ମିଳିଛି.




Post a Comment

0 Comments