ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସଵ.

 


ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି. ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ, ଶିକ୍ଷାବିତ ଉପସ୍ଥିତ ରହିଥିଲେ. ସ୍ୱାଗତ ଓ ଅବସର ସମ୍ବର୍ଦ୍ଧନା ମୁଦ୍ରାର ଦୁଇ ପାର୍ଶ୍ୱ ପରି. ଆଜିର ସଭାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଭା ପତିତ୍ୱ କରିଥିଲେ. ସମସ୍ତ ନିମଂତ୍ରିତ ଅତିଥି ମାନଂକୁ ପରିଚୟ ଦେଇଥିଲେ ବିଜ୍ଞାନ ଶିକ୍ଷକ ଶିଶିର କୁମାର ସାହୁ. ସମସ୍ତ ଅତିଥି ମାନଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା. ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟର ସଭିଙ୍କର ପ୍ରିୟ କାର୍ଯ୍ୟାଳୟ ସହକାରୀ ଶିକ୍ଷକ ଶରତ ଚନ୍ଦ୍ର ସାହୁ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି.

Post a Comment

0 Comments