ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମ୍ମାନିତ ସମିତି ର ଆହ୍ବାନ କ୍ରମେ ନୂଆଗାଁ ବ୍ଳକର ବିଭିନ୍ନ ନୂତନ ଅନୁଦାନ ପ୍ରାପ୍ତ ହାଇସ୍କୁଲ ସମ୍ମୁଖରେ ୫ଦଫା ଦାବୀ ପୂରଣ ପାଇଁ ପ୍ଲାକାର୍ଡ ପ୍ରଦର୍ଶନ କରି ସରକାରଂକୁ ଦାବୀ ଜଣାଇଛନ୍ତି ଶିକ୍ଷକ-କର୍ମଚାରୀ।
ଯୋଗ୍ୟ ବିବେଚିତ ସ୍କୁଲକୁ ଅନୁଦାନ, ସପ୍ତମ ବେତନରୁ ବଂଚିତ ସ୍କୁଲ ଗୁଡିକୁ ସପ୍ତମ ବେତନ ପ୍ରଦାନ, ଅବସର ବୟସ ୬୨କୁ ବ୍ରୁଦ୍ଧି, ପୁରୁଣା ପେନସନ ଲାଗୁ, ଖାଲି ପଡିଥିବା ପଦବୀ ପୂରଣ ଦାବୀରେ ଏଭଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଜଣାପଡିଛି। ଆଜି ନୂଆଗାଁ ବ୍ଲକ ର ୮ ଟି ହାଇସ୍କୁଲ ଯଥା ସୋମନାଥ ବିଦ୍ୟାପୀଠ ହରିପୁତ ,ଗ୍ରାମପଞ୍ଚାୟତ ହାଇସ୍କୁଲ ଶିଙ୍ଗାରପଲ୍ଲୀ ,ପଂଚାୟତ ହାଇସ୍କୁଲ ଜକେଡା ,ଚିନ୍ତାମଣି ବିଦ୍ୟାପୀଠ ସମ୍ପଡା ,ଆଞ୍ଚଳିକ ହାଇସ୍କୁଲ ଡିମିରିଝାରୀ ,ରଘୁନାଥ ହାଇସ୍କୁଲ ଢ଼େକେଣା ,
ପଞ୍ଚାୟତ ହାଇସ୍କୁଲ କୋରଡା ,ନୂଆଗାଁ ବାକିଲା ହାଇସ୍କୁଲ ମଧ୍ୟରେ ଶିକ୍ଷକ-କର୍ମଚାରୀ ବିଦ୍ୟାଳୟ କାର୍ଯ୍ୟ ସହ ଏଭଳି ଅଭିନବ ତଥା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ କରିଥିବା ଜଣାପଡିଛି।
0 Comments