ବଣୁଆସାହି ନିକଟରୁ ବନବିଭାଗ ଦ୍ଵାରା ଶାଳ କାଠଜବତ



ନୟାଗଡ ନୂଆଗାଁ ମହିପୁର ବନାଞ୍ଚଳ ଅଧିନସ୍ଥ ବଡଗୋଠ ପଞ୍ଚାୟତ ମଧ୍ୟରେ ଥିବା ବଣୁଆସାହି ନିକଟରୁ ବନବିଭାଗ ଦ୍ଵାରା ଶାଳ କାଠ ଜବତ । ମିଳିଥିଆବ ସୂଚନା ଅନୁସାରେ ଆଜି ବନବିଭଗା ହଠାତ ଖବର ପାଇଁ ବଣୁଆସାହି ନିକଟରେ ଥିବା ପୋଖରୀ ପାଖରେ ପହଞ୍ଚିଥିଲା ସେଠାରେ ୪ ଟି ଶାଳ ଲଗ ଓ ୫ ଟି ବଲ୍ହା ଜବତ କରିଥିଲା । ଘଟନା ସ୍ଥଳରେ ବଣୁଆସାହି ଓ ରାଧାନାଥ ପୁର ଗ୍ରାମର ଲୋକ ଉପସ୍ଥିତ ଥିଲେ । ଦୁଇ ଗ୍ରାମ ମଧ୍ୟରେ ଏହି କାଠକୁ ନେଇ ବିବାଦ ଚାଲିଥିବା ବେଳେ ବନ ବିଭାଗ ଘଟନା ସ୍ଥଳରେ ପହଞ୍ଚି ସମସ୍ତ କାଠକୁ ଜବତ କରିଛି ।ଘଟନା ସ୍ଥଳରେ ସୂର୍ଯ୍ୟକାନ୍ତ  ମହାରଣା ଫରେଷ୍ଟର ମହିପୁର,ବିଘ୍ନେସ  ବେହେରା ,ବନରକ୍ଷୀ ସଂପଡା ବିଟ ,ଶ୍ରଦ୍ଧାଞ୍ଜଳି ସାହୁ ବନରକ୍ଷୀ ବଣୁଆସାହି ବିଟ ସହିତ ଜଙ୍ଗଲ ସୁରକ୍ଷା କର୍ମୀ ଓ ରାପିଡ଼ଆକ୍ସନ ଟିମ ମହିପୁର । 

Post a Comment

0 Comments