ଦାସିଆ ଅଜାଙ୍କ ବିଶ୍ଵ ପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟ କୁ ପରିଦର୍ଶନ ରେ ଆସିବା ପାଇଁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଙ୍କୁ ନିମନ୍ତ୍ରଣ ପତ୍ର




ଓଡିଶା ପାଠାଗାର ସଂଗ୍ରହାଳୟ ଆନ୍ଦୋଳନର ସ୍ରଷ୍ଟା ପ୍ରଖ୍ୟାତ ସଂଗ୍ରାହକ ଦାଶରଥି ପଟ୍ଟନାୟକ (ଦାସିଆ ଅଜା) ଙ୍କ ସମ୍ପର୍କେ ନିକଟରେ ପ୍ରକାଶିତ (ଆମ ଦାସିଆ ଅଜା) ପୁସ୍ତକ କୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଙ୍କୁ ପ୍ରଦାନ। ପାର୍ଶ୍ୱରେ ଦାସିଆ ଅଜାଙ୍କ ନାତି ତଥା ଅନୁଷ୍ଠାନର ସମ୍ପାଦକ ଦୀପକ ପଟ୍ଟନାୟକ, କବି ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ପୂର୍ବତନ ଉପ ଶାସନ ସଚିବ ରଶ୍ମି ରଞ୍ଜନ ପଟ୍ଟନାୟକ ଉପସ୍ଥିତ ।ଦାସିଆ ଅଜାଙ୍କ ଦ୍ବାରା ପ୍ରତିଷ୍ଠିତ ବିଶ୍ଵ ପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟ ଗବେଷଣା କେନ୍ଦ୍ରକୁ ପରିଦର୍ଶନ ରେ ଆସିବା ପାଇଁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଙ୍କୁ କବି ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକ, ପୂର୍ବତନ ଉପ ଶାସନ ସଚିବ ରଶ୍ମି ରଞ୍ଜନ ପଟ୍ଟନାୟକ ଙ୍କ ଦ୍ବାରା ମାନ୍ୟବର ରାଜ୍ୟପାଳ ଙ୍କୁ ସାଦର ନିମନ୍ତ୍ରଣ ପତ୍ର ପ୍ରଦାନ ଓ ଦାସିଆ ଅଜାଙ୍କ ଅସାଧାରଣ ସାଧନା ସମ୍ପର୍କେ ମହାମହିମ ରାଜ୍ୟପାଳଙ୍କ ସହିତ ଆଲୋଚନା । ଅନୁଷ୍ଠାନ କୁ ପରିଦର୍ଶନ ପାଇଁ  ରାଜ୍ୟପାଳଙ୍କ ପ୍ରତିଶ୍ରୁତି ପ୍ରଦାନ।

 

Post a Comment

0 Comments