ବନବିଭାଗ ର ପେଟ୍ରୋଲିଂ ବେଳେ ଦୁର୍ବୃତ୍ତ ଙ୍କ ଗୁଳିମାଡରେ ୨ ଫରେଷ୍ଟ ଗାର୍ଡ ଆହତ


 ଗତ କାଲି ବିଳମ୍ବିତ ରାତ୍ରିରେ ବନବିଭାଗ ର କର୍ମଚାରୀ ମାନେ ପେଟ୍ରାଲିଂ କରୁଥିବା ବେଳେ ବୌଦ୍ଧ ଥାନା ଅନ୍ତର୍ଗତ ବଘିଆପଡା ପଞ୍ଚାୟତ ଅନ୍ତର୍ଗତ ଖଲିଆପାଲି ଛକ ଠାରେ  ବିଳମ୍ବିତ ରାତ୍ରୀରେ ହଠାତ ଦୂର୍ବତ୍ତ ମାନେ  ଗୁଳି ଚାଳନା କରିଥିଲେ l ଫଳରେ  ଦୁଇ ପରେଷ୍ଟ୍ ଗାର୍ଡ ଗୁଳିମାଡରେ ଆହତ ହୋଇଥିଲେ l ଦୁଇ ଆହତ ଙ୍କୁ ବୌଦ୍ଧ  ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି l ଆହତ ଦୁଇ ଫରେଷ୍ଟ ଗାର୍ଡ ହେଲେ ନୀଳାଚଳ ପ୍ରଧାନ , ଓ ନବକିଶୋର ସାହୁ l କିଏ ଗୁଳି ଚାଳନା କଲା ଓ କାହିଁକି କଲା କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ l ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l

Post a Comment

0 Comments