ନୂଆଗାଁ ଥାନାରେ ଅଟକ ନୂଆଗାଁ ପଞ୍ଚାୟତ ସମିତି ଜିପ

 

ମାନବିକତା ଭୁଲିଗଲେ ସହକାରୀ ଯନ୍ତ୍ରୀ ଓ ଡ୍ରାଇଭର


ବାହାଡାଝୋଲା ଭାଟସାହି ଅଂଚଳର ଦିଲ୍ଲୀପ ଗୁରୁ ଓ ଘଡେଇବନ୍ଧ ଅଂଚଳର ମାନସ ପ୍ରଧାନ ଦୁହେଁ ପୂର୍ତ ବିଭାଗ ରାସ୍ତା ମହିପୁର ଠାରୁ ବାହାଡାଝୋଲା ଡମୁଣୀ ନିକଟରେ ଗାଡି ରଖି ଛିଡା ହୋଇଥିଲେ। ଏହି ସମୟରେ ବାହାଡାଝୋଲା ଠାରୁ ମହିପୁର ଅଭିମୁଖେ ଦ୍ରୃତ ଗତିରେ ମାଡି ଆସୁଥିବା ନୂଆଗାଁ ବ୍ଳକ ଜିପ ଗାଡି (ଓଆର ୨୫ ୮୮୮୮) ବାଇକ ସମେତ ଦୁଇଜଣ ଯୁବକଙ୍କ ସହ ସାମ୍ନାସାମ୍ନି ଧକ୍କା ଦେଇ ଚମ୍ପଟ ମାରିଥିଲା। ଦୁର୍ଘଟଣା ସମୟରେ ଜିପ୍ ଗାଡ଼ିରେ ଡ୍ରାଇଭରଙ୍କ ସମେତ ନୂଆଗାଁ ବ୍ଲକ ସହକାରୀ ଯନ୍ତ୍ରୀ ଶୁଭଶ୍ରୀ ପଣ୍ତା ବସିଥିଲେ। ଦୁର୍ଘଟଣା ପରେ ସେଠାରେ ଛଟପଟ ହେଉଥିବା ଦୁଇ ଯୁବକଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବା ପରିବତେର୍ ସହକାରୀ ଯନ୍ତ୍ରୀ ଏବଂ ଡ୍ରାଇଭର ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ପଳେଇ ଆସିବା ଘଟଣାକୁ ସ୍ଥାନୀୟ ଲୋକେ ଦୃଢ ନିନ୍ଦା କରିଛନ୍ତି। ପରେ ଦୁଇ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ତାହା ନଆସିବାରୁ ପରେ ତାଙ୍କୁ ପ୍ରାଇଭେଟ ଗାଡି ଯୋଗେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା। ତେବେ ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନଆସିବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଥିବା ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି। ତେବେ ବର୍ତମାନ ସମୟରେ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ପରିବାର ପକ୍ଷରୁ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ଦୁର୍ଘଟଣା ଘଟାଇ ଥିବା ନୂଆଗାଁ ପଂଚାୟତ ସମିତିର ଜିପ୍ ଗାଡିକୁ ନୂଆଗାଁ ଥାନାରେ ଅଟକ ରଖାଯାଇଛି

Post a Comment

0 Comments