ତୁରୁତୁରି ନିକଟରେ ଦୁଇଶିକାରୀଙ୍କୁ କାବୁ କଲା ବନ ବିଭାଗ ।

 


ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିକାରୀଙ୍କୁ ମିଳିଛି ବଡ ସଫଳତା । ବନବିଭାଗ ହାତରେ ୨ ଶିକାରୀ ସମୀର ବେହେରା ଓ ଭଗବାନ ବେହେରା ଗ୍ରାମ ସୁରୁକାବାରୀ ସହିତ ବହୁ ଶିଂଷା ,ଗୁଳି ,ଲମ୍ବା ଗୁଳି ଗନ ପାଉଡର ୨୦୦ ଗ୍ରାମ ,ଜିଙ୍କ ବୋତଲ ୨ ଟି ଔଷଧ ଖୋଳ ,ହେଡ ଲାଇଟ ,ଟ୍ରଚ ଜବତ କରାଯିଛି । ଘଟଣା ସୂତ୍ର ରୁ ଜଣାପଡେ ଗତ କାଲି ରାତି ରେ ବନବିଭାଗ ପେଟୋଲିକ କରୁଥିବା ସମୟରେରେ ଗାତେରୀ ପଂଚାୟତ ସୁରୁକାବାରୀ ନିକଟସ୍ଥ ତୁରୁତୁରି ନିକଟରେ ଦୁଇ ଜଣ ବ୍ୟକ୍ତି ଲୁଚିରହିଥିବାର ଦେଖି ସନ୍ଦେହ ରେ ସେମାନଙ୍କୁ ଜେରା କରିଥିଲେ । ଜେରା କଲାପରେ ସେମାନ ଙ୍କ ଠାରୁ ଶିକାର ପାଇଁ ବ୍ୟବହାର କରାଯାଉଥିବା ସମସ୍ତ ସାମଗ୍ରୀ ବାହାରିଥିଲା । ତାଙ୍କୁ ମହିପୁର ବନାଞ୍ଚଳ     କାର୍ଯ୍ୟଳୟକୁ ଅଧିକ ଜେରା ପାଇଁ ଅଣାଯାଇଥିଲା । ବହୁ ଜେରା କରିବା ପରେ ଜଣା ପଡିଥିଲା ଏହି ଦୁଇଜଣ ଶିକାରୀଙ୍କ ସହିତ ଓଡଗାଁ ଧବଳେଇର ଜଣେ ବ୍ୟକ୍ତି ସାମିଲ ଥିବାର ସୂଚନା ମିଳିଛି । ଏହି ଦୁଇଜଣ ଶିକାରୀଙ୍କୁ ଧରିବାରେ ମହିପୁର ରେଞ୍ଜର ଅମ୍ରିତ କୁମାର ସାହୁ, ଘଟନା ସ୍ଥଳରେ ସୂର୍ଯ୍ୟକାନ୍ତ  ମହାରଣା ଫରେଷ୍ଟର ମହିପୁର, ,ଶ୍ରଦ୍ଧାଞ୍ଜଳି ସାହୁ ବନରକ୍ଷୀ ଉପସ୍ଥିତ ରହିଥିଲେ । ଆଜି ଏହି ଦୁଇଜଣ ଶିକାରୀ ଙ୍କୁ କୋର୍ଟ ଚାଳନ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

Post a Comment

0 Comments