ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିକାରୀଙ୍କୁ ମିଳିଛି ସଫଳତା । ଘଟନା ସୂତ୍ରରୁ ଖବର ପାଇ ସକାଳ ୮ ଘଟିକା ସମୟରେ ରେଞ୍ଜର ଅମ୍ରିତ କୁମାର ସାହୁଙ୍କ ନିର୍ଦେଶ କ୍ରମେ ଫରେଷ୍ଟର ସୂର୍ୟ୍ୟକାନ୍ତ ମହାରଣା , ବିଗନେଶ ବେହେରା, ରିନା ସେଠୀ, ଶ୍ରଦ୍ଧାଞ୍ଜଳୀ ସାହୁ, ଫରେଷ୍ଟ ଗାର୍ଡ । ଦୁରଦୁରା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଏକତାଳ ଗ୍ରାମ ଗ୍ରାମରେ ପହଞ୍ଚି ଥିଲେ । ସେଠାରେ ଦେଖନ୍ତି ପୋଖରୀ ପାଖତେନ୍ତୁଳି ଗଛ ନିକଟରେ ୧୨ ଖଣ୍ଡ ଶାଳ ପଟା ରହିଥିଲା ।ଏହି ସବୁ ଶାଳ ପାଟା କୁ ନିଜ ଅକ୍ତିଆରକୁ ଆଣିଥିଲା ବନ ବିଭାଗ କିନ୍ତୁ ଘଟନା ସ୍ଥଳରୁ କାଠ ମଫିଆ ମାନେ ଚାଲି ଯାଇଥିଲେ । ଏ ଘଟଣାରେ ରେ ମହିପୁର ସେକ୍ସନ ରେ ।ୟୁଡିସି ୫୦ ରେ ଦଫା ନ 2022 /23 ଲଗାଇ ଏକ କେସ ରୁଜୁ କରାଯାଇ ଅଛି । କାଠର ଆନୁମାନିକ ମୂଲ୍ୟ ୨୦ ହଜାରରୁ ଅଧିକ ହେବ ।
0 Comments