ବଢୁଛି ପ୍ରଦୂଷଣ: ବିଶ୍ବର ୫୦ଟି ପ୍ରଦୂଷିତ ସହର ମଧ୍ୟରେ ଭାରତର ରହିଛି ୩୯ଟି ସହର

 


ବିଶ୍ୱରେ ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି ପ୍ରଦୂଷଣ । ଏହାରି ଭିତରେ ୨୦୨୨ ପାଇଁ ବିଶ୍ୱର ସବୁଠୁ ପ୍ରଦୂଷିତ ସହରର ତାଲିକା ପ୍ରକାଶ ପାଇଛି। ଏହି ତାଲିକାର ସବୁଠାରୁ ଉପରେ ଥିବା ୫୦ଟି ସହର ମଧ୍ୟରେ ଭାରତର ୩୯ଟି ସହର ରହିଛି। ସ୍ୱିସ୍ କମ୍ପାନୀ ଜାରି କରିଥିବା ରିପୋର୍ଟ ଅନୁଯାୟୀ ଭାରତକୁ ବିଶ୍ୱର ୮ମ ପ୍ରଦୂଷିତ ଦେଶ ବୋଲି କୁହାଯାଇଛି। ପ୍ରଦୂଷିତ ୧୦୦ ସହର ମଧ୍ୟରୁ ଭାରତର ୬୫ଟି ସହର ରହିଛି। ସେହିପରି ଟପ୍ ୧୦ ସବୁଠୁ ପ୍ରଦୂଷିତ ସହର ମଧ୍ୟରୁ ଭାରତର ୬ଟି ସହର ରହିଛି। ୧୩୮ଟି ଦେଶର ଡାଟା ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି।

Post a Comment

0 Comments