ଦାସିଆ ଅଜାଙ୍କ ସଂଗ୍ରହାଳୟ କୁ ଆସିଲା ବୈକୁଣ୍ଠନାଥ ପଟ୍ଟନାୟକ ଙ୍କ ପାଟଶାଢ଼ୀ ଓ ପୁରୁଣା ସ୍ମାରକୀ


 ଓଡ଼ିଶାର ପ୍ରସିଦ୍ଧ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଡ. ସୁନନ୍ଦା ପଟ୍ଟନାୟକ (୧୯୩୪ ରୁ ୨୦୨୦) ପିତା ପ୍ରସିଦ୍ଧ ସାରସ୍ଵତ ସାଧକ ସବୁଜ କବି ବୈକୁଣ୍ଠନାଥ ପଟ୍ଟନାୟକ (ବଡମ୍ବା) ଙ୍କ ବ୍ୟବହୃତ ମୂଲ୍ୟବାନ ପାଟଶାଢ଼ୀ ଓ ମଫଲର ଏବଂ ଦିଲ୍ଲୀ ଓ ପଶ୍ଚିମ ବଙ୍ଗରେ ତାଙ୍କୁ ପ୍ରଦତ୍ତ ଦୁଇ ଗୋଟି ପୁରୁଣା ସ୍ମାରକୀ କି ପୂଜ୍ୟା ସୁନନ୍ଦା ପଟ୍ଟନାୟକଙ୍କ ସାନ ଭାଇ ସିଦ୍ଧାର୍ଥ ପଟ୍ଟନାୟକ ଙ୍କ ଦ୍ବାରା ବଡମ୍ବା ଗଡ ବାସ ଭବନରେ ଦାସିଆ ଅଜାଙ୍କ ନାତି ତଥା ଅନୁଷ୍ଠାନର ସମ୍ପାଦକ ଦୀପକ ପଟ୍ଟନାୟକଙ୍କ ଉପସ୍ଥତିରେ ଦାସିଆ ଅଜାଙ୍କ ସଂଗ୍ରହାଳୟକୁ ପ୍ରଦାନ କରିଛନ୍ତି।ସଂଗ୍ରହାଳୟର ବରପୁତ୍ର ମାନଙ୍କ ବ୍ୟବହୃତ ସାମଗ୍ରୀ ଗ୍ୟାଲେରୀରେ ଏହାକୁ ପ୍ରଦର୍ଶନ କରାଯାଇ ଓଡ଼ିଆ ଜାତିର ଏହି ମହାନ୍ ବରପୁତ୍ର ଙ୍କ ସ୍ମୁତି କୁ ସଂଗ୍ରହାଳୟରେ ଉଜିବୀତ କରି ରଖାଯିବ।

Post a Comment

0 Comments