ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସୋରଡ଼ା ଗ୍ରାମପଞ୍ଚାୟତ ର ଜଗନ୍ନାଥ ପ୍ରସାଦ ସେବା ସମବାୟ ସମିତି ପରିସରରେ ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ . କୋରଡ଼ା ଗ୍ରାମପଞ୍ଚାୟତ ର ମହୀତମା ସେବା ସମବାୟ ସମିତି ପରିସରରେ ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ . ସେହିପରି ଜାକେଡ଼ା ଗ୍ରାମପଞ୍ଚାୟତ ର ସେବା ସମବାୟ ସମିତି ପରିସରରେ ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ .
ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ୫ ନମ୍ବର ଜୋନ ନିର୍ଦେଶକ ,ନୂଆଗାଁ ବ୍ଲକ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ମହୀପୁର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀଯୁକ୍ତ ସରୋଜ ସାହାଣୀ, | |ପ୍ରଥମେ ସେବା ସମବାୟ ସମିତି ର କିଛି ଆଦର୍ଶ କୃଷକ ମାନଙ୍କୁ ସମ୍ବୋର୍ଧନ କରାଯାଇଥିବା ବେଳେ ପରବର୍ତୀ ସମୟରେ ଏହି ସଚେତନତା କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ କଣ ତାହା ଉପରେ ଆଲୋଚନା କରାଯାଇଥିଲା | ଛୋଟ ଛୋଟ ଇଣ୍ଡଷ୍ଟ୍ରି କରି କୃଷକ ମାନେ କିଭଳି ସ୍ୱାବଲମ୍ବୀ ହୋଇପାରିବେ ତାହା ଉପରେ ଆଲୋଚନା କରିଥିଲେ | |ନୂଆଗାଁ ବ୍ଲକ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ କିଭଳି କୃଷକ ମାନଙ୍କ ର ବିକାଶ ହୋଇପାରିବ ଛୋଟ ଛୋଟ ଇଣ୍ଡଷ୍ଟ୍ରି କରି କୃଷକ ମାନେ ଉର୍ନ୍ନତି କରିବେ ତାହା ଉପରେ ମଧ୍ୟ୍ୟ ଆଲୋଚନା କରିଥିଲେ | କୃଷକ ହସିଲେ ରାଜ୍ୟ ହସିବ କୃଷକ ହେଉଛି ଦେଶର ବୀର ଯବାନ ବୋଲି ମଧ୍ୟ୍ୟ ନିଜର ଉଦବୋଧନ ଦେଇଥିଲେ | ମହୀପୁର କେନ୍ଦ୍ର ସମବାୟ ବ୍ୟାଙ୍କ ର ଶାଖା ପରିଚାଳକ ଶ୍ରୀ ସାହାଣୀ କୃଷକ ମାନଙ୍କୁ ବ୍ୟାଙ୍କ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇଦିଆଯିବ ବୋଲି ପ୍ରତିକ୍ରିୟା ଦେଇଥିଲେ |
0 Comments