👉🏿ରାୟପୁରରେ ଚାଲିଥିବା କଂଗ୍ରେସର ୮୫ ତମ ଅଧିବେଶନରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏମିତି କିଛି ବାକ୍ୟ କହିଛନ୍ତି କି, ଯାହାକୁ ନେଇ ରାଜନୈତିକ ସମୀକ୍ଷକମାନେ ସୋନିଆ ଗାନ୍ଧୀ ରାଜନୀତିରୁ ସନ୍ୟାସ ନେବାକୁ ଇସାରା ଦେଲେ ବୋଲି ଆଲୋଚନା କରିବା ଆରମ୍ଭ କରିଦେଇଛନ୍ତି ।
👉🏿ଏହି ଅଧିବେଶନରେ ସୋନିଆ ଗାନ୍ଧୀ ବିଜେପି ଓ ସଂଘ ପରିବାରକୁ ଟାର୍ଗେଟ୍ କରି କହିଛନ୍ତି ଯେ ସରକାର ସାମ୍ବିଧାନିକ ମୂଲ୍ୟବୋଧକୁ ନଷ୍ଟ କରିବା ସହ ବିଜେପି ଓ ଆରଏସଏସ ସାମ୍ବିଧାନିକ ସଂସ୍ଥାଗୁଡିକୁ ନିଜ ଦଖଲକୁ ନେବାକୁ ଚେଷ୍ଟା କରୁଛନ୍ତି ।
👉🏿 ଏହାସହ ଭାରତ ଯୋଡ ଯାତ୍ରା ତାଙ୍କ ରାଜନୈତିକ ଜୀବନର ଏକ ଶେଷ ପ୍ରୟାସ ବୋଲି ସେ କହିବା ସହ ଭାରତ ଯୋଡ ଯାତ୍ରା ମାଧ୍ୟମରେ ଜନତା କଂଗ୍ରେସ ସହ ଯୋଡି ହୋଇଯାଇଥିବା କଥା ସେ କହିଛନ୍ତି ।
0 Comments