ଭୁବନେଶ୍ୱର : ରାଜଧାନୀରେ ରେକର୍ଡ ଭାଙ୍ଗିଲା ତାତି.. ୩୭ ଡିଗ୍ରୀ ଟପିଲା ତାପମାତ୍ରା.. ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୩୭.୬ ଡିଗ୍ରୀ ରେକର୍ଡ.. ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା
👉🏿କଳାହାଣ୍ଡି : ଚଳିତ ଶିକ୍ଷାବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢା.. ଏନେଇ ସୂଚନା ଦେଲେ ଡିଏମଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି.. ଆସନ୍ତା ବର୍ଷ ଯାଜପୁର ଓ କନ୍ଧମାଳ ଜିଲାରେ ହେବ ମେଡିକାଲ କଲେଜ..
👉🏿ବାଲେଶ୍ୱର : ଚାନ୍ଦିପୁର ୩ ନମ୍ବର ଲଞ୍ଚ୍ପ୍ୟାଡ୍ରୁ ମିଜାଇଲ ପରୀକ୍ଷଣ.. ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଟିସିଏମ ମିଜାଇଲ୍ ପରୀକ୍ଷଣ..୧ ହଜାର କିମି ଲକ୍ଷ୍ୟଭେଦ ଓ ୧.୫ ଟନ୍ ଯୁଦ୍ଧାସ୍ତ୍ର ବହନ କ୍ଷମତା..
👉🏿ବାଲେଶ୍ୱର ଠାରେ ପ୍ରତିଷ୍ଠା ହେବ ୧ଶହ ଶଯ୍ୟା ବିଶିଷ୍ଟ ଇଏସଆଇ ହସପିଟାଲ, ଘୋଷଣା କଲେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ..
👉🏿ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ, ୧୪ରେ ରାଜ୍ୟ ବଜେଟ..
👉🏿ଗ୍ୟାଙ୍ଗଷ୍ଟର ନେଟଓ୍ୱର୍କ ମାମଲା- ୮ଟି ରାଜ୍ୟ ଏବଂ ଦେଶର ୭୦ଟି ସ୍ଥାନରେ ଏନ୍ଆଇଏର ଚଢଉ..
👉🏿ନୂଆଦିଲ୍ଲୀ : ତୁର୍କୀ-ସିରିୟାରେ ବିନାଶକାରୀ ଭୂକମ୍ପର ଦୁଇ ସପ୍ତାହ ମଧ୍ୟରେ ପୁଣି ଥରେ ଅନୁଭବ ହୋଇଛି ଭୂକମ୍ପ ଝଟକା.. ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୪ ଓ ୫.୮ ରେକର୍ଡ କରାଯାଇଛି.. ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧୩ ଆହତ ହୋଇଛନ୍ତି..
0 Comments