ବନ ବିଭାଗର ଚଢ଼ାଉ,୫ କ୍ଵିଣ୍ଟାଲ କାଠ କୋଇଲା ଜବତ ଆଠଗଡ, ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣି ବନାଞ୍ଚଳ ଅଧୀନସ୍ଥ ଖଣ୍ଡୁଆଳୀ ଗ୍ରାମରେ ଚଢ଼ାଉ କରାଯାଇ ସେଠାରୁ ୫ କ୍ଵିଣ୍ଟାଲ କାଠ କୋଇଲା ଜବତ ହୋଇଛି।ଆଜି ସକାଳୁ ସକାଳୁ ବନ ବିଭାଗ କର୍ମଚାରୀ ମାନେ ସଂପୃକ୍ତ ଗ୍ରାମରେ ଚଢ଼ାଉ କରିଥିଲେ। ଚଢାଉ ବେଳେ ଆଖାରେ ଭର୍ତି ହୋଇ ଚାଲାଣ ପାଇଁ ରହି ଏହି କୋଇଲା ଦେଖି ତାକୁ ଜବତ କରିଥିଲେ। ଆନୁମାନିକ ୫କୁଇଣ୍ଟାଲ କାଠ କୋଇଲା ଜବତ କରାଯାଇଛି। ଖୁଣ୍ଟୁଣି ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁ ଙ୍କ ନିର୍ଦ୍ଦେଶରେ ବନପାଳ ସରୋଜକୁମାର ପଣ୍ଡା ଓ ପି.ଲେଙ୍କା ପ୍ରମୁଖ ବନକର୍ମଚାରି ମାନେ ଚଢାଉ ରେ ଭାଗ ନେଇଥିଲେ। ଆଠଗଡ ରୁ ମହେଶ ଚନ୍ଦ୍ର ଦାସଙ୍କ ରିପୋର୍ଟ।
0 Comments