*ବର୍ଷ ବର୍ଷ ଧରି ଚକାପଥର ଅଧାଗଢା ସ୍କୁଲ ପାଲଟିଛି ଠିକାଦାର ଙ୍କ ଷ୍ଟୋର ରୁମ*
*
ନୟାଗଡ଼ : ରାଜ୍ୟ ସରକାର ଙ୍କ ଶିକ୍ଷା ବିଭାଗ ରେ କୋଟି କୋଟି ଟଙ୍କା ଖର୍ଚ୍ଚ କାରି ଉର୍ନ୍ନତ ମାନର କୋଠା ଘର ସାଙ୍ଗକୁ ସୁସଜିତ ହେଉଛି ବିଦ୍ୟାଳୟ ଗୁଡିକ ଫଳରେ ଛାତ୍ର ଛାତ୍ରୀ ବିଦ୍ୟାଳୟ ଆସିବା ପାଇଁ ଆକୃଷ୍ଟ ହେବେ | ଛାତ୍ର ଛାତ୍ରୀ ମାନେ କିଭଳି ନିୟମିତ ସ୍କୁଲ ଆସିବେ ସେନେଇ ସରକାର ବିଭିନ୍ନ ଯୋଜନା କରିଛନ୍ତି | ଶିକ୍ଷକ ମାନଙ୍କୁ ମଧ୍ୟ ଏହାର ଦା୍ୟୁତ୍ୱ ଦିଆଯାଇଛି | ହେଲେ ଛାତ୍ର ଛାତ୍ରୀ ତ ଦୂରରେ ଶିକ୍ଷକ ମାନେ ନିଜେ ସ୍କୁଲ ଆସୁନାହାନ୍ତି | ଯାହା ଶିକ୍ଷା ବିଭାଗ କୁ ଏକ ପ୍ରକାର ସ୍ଥାଣୁ କରିବାକୁ ଲାଗିପଡିଛନ୍ତି | ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ଜଙ୍ଗଲ ର ଆଦିବାସୀ ଅଧ୍ୟୁଷିତ ଚକାପଥର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ରେ | ଶୁକ୍ରବାର କାର୍ଯ୍ୟ ଦିବସ ରେ ଶିକ୍ଷକ ନଆସିବାରୁ ବିଦ୍ୟାଳୟ ରେ ତାଲା ପଡ଼ିଥିବା ଅଭିଯୋଗ ହୋଇଛି |
ଆଦିବାସୀ ପିଲା ଙ୍କ ପାଇଁ ଚକାପଥର ଗ୍ରାମ ରେ ପ୍ରଥମ ରୁ ପଞ୍ଚମ ଯାଏ ସ୍କୁଲ ଖୋଲାଯାଇଛି | ସ୍କୁଲ ଗୃହ ନିର୍ମାଣ ପାଇଁ ଅନୁଦାନ ମଧ୍ୟ ଦିଆଯାଇଛି କିନ୍ତୁ ଶିକ୍ଷା ବିଭାଗ ର ଦା୍ୟୁତ୍ୱ ହୀନ ଅବ୍ୟବସ୍ଥା ପାଇଁ ସ୍କୁଲ ଗୃହ ଦୀର୍ଘ ବର୍ଷ ହେବ ଅର୍ଦ୍ଧନିର୍ମିତ ହୋଇ ପଡ଼ିରହିଛି | ଫଳରେ ନିକଟରେ ଏକ ପାଣି ଟାଙ୍କି ନିର୍ମିତ ଠିକାଦାର ତାକୁ ଷ୍ଟୋର ରୁମ ରୂପେ ବ୍ୟବହାର କରୁଛି | ତେବେ ସ୍କୁଲ ଘର ନଥିବାରୁ ବାଧ୍ୟ୍ୟ ହୋଇ ଗାଁ ର ଏକ କୋଠ ଘର ରେ ଶିକ୍ଷାଦାନ ଚାଲୁଛି | ତେବେ ଏହି ସ୍କୁଲ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ 11 ଜଣ ଛାତ୍ର ଛାତ୍ରୀ ପଢ଼ୁଥିବା ବେଳେ ଦୁଇ ଜଣ ଶିକ୍ଷକ ନିଯୁକ୍ତି ହୋଇଛନ୍ତି | ସ୍କୁଲ ଟି ବ୍ଲକ ଓ ପଞ୍ଚାୟତ ର ଶେଷ ସୀମା ହୋଇଥିବା ରୁ କୌଣସି ଅଧିକାରୀ ଙ୍କ ପାଦ କେବେ ଏଠି ପଡ଼ିନାହିଁ ଏପରିକି ସିଆରସି ବି ଆସନ୍ତି ନାହିଁ ଏହାର ସୁଯୋଗ ନେଇ ଶିକ୍ଷକ ମାନେ ପାଳି କରି ଆସୁଥିବା ଅଭିଯୋଗ ହୋଇଛି |
ଏଭଳି କି ଶୁକ୍ରବାର ସ୍କୁଲ କାର୍ଯ୍ୟ ଦିବସ ରହିଥିବା ବେଳେ ଛୁଟି ଦିନ ହୋଇନଥିଲେ ବି ସ୍କୁଲ ରେ ତାଲା ଝୁଲୁ ଥିଲା | ହେଲେ ଛାତ୍ର ଛାତ୍ରୀ ମାନେ ସ୍କୁଲ ଡ୍ରେସ ପିନ୍ଦି ପାଠ ପଢିବାକୁ ବାହାରି ଥିବା ବେଳେ ପିଲା କହୁଛନ୍ତି ଦାମ ସାରେ ମିଟିଙ୍ଗ କହି ପଳାଇଲେ ଆଉ ବଡ଼ ସାରେ ଆସିବେ କହି ଆସୁନାହାନ୍ତି | ତେବେ ସେହି ଗ୍ରାମ ଦାମ ନାୟକ କୁହନ୍ତି ଦାମ ସାରେ ଆସି ମିଟିଙ୍ଗ ଅଛି କହି ପଳେଇଥିଲେ ବଡ଼ ସାରେ ଆସିବେ କହିକି ପଳେଇଛନ୍ତି | ତେବେ ଏଠି କିପରି ଶିକ୍ଷା ଦାନ କରାଯାଉଛି ଆପଣ ସହଜ ରେ ଅନୁମେୟ କରିସାରିବେଣୀ | ତେବେ ଏ ବିଷୟରେ ନୂଆଗାଁ ଶିକ୍ଷା | ଅନ୍ୟ ପଟେ ଦୁଇ ଜଣ ଛାତ୍ରୀ କହୁଛନ୍ତି ସାରେ ଆସିଲେ ଆମେ ପଢ଼ିବୁ ଅପେକ୍ଷା କରିଛୁ | ତେବେ ଏଭଳି ଘଟଣା ପ୍ରତି ମତାମତ ନେବା ପାଇଁ ଆମ ପ୍ରତିନିଧି ଜ୍ୟୋତି ପ୍ରକାଶ ପ୍ରଧାନ ଚେଷ୍ଟା କରିଥିଲେ ସୁଦ୍ଧା ଶିକ୍ଷା ବିଭାଗ ଅଧିକାରୀ ମାନେ ଫୋନ ଉଠାଇନଥିଲେ | ନୟାଗଡ଼ ରୁ ଜ୍ୟୋତି ପ୍ରକାଶ ପ୍ରଧାନ ଙ୍କ ରିପୋର୍ଟ ଡ଼ୁମାଣି ଖବର |
0 Comments