ଜଙ୍ଗଲରୁ ମିଳିଥିବା ମୃତ ଦମ୍ପତିଙ୍କ ପରିଚୟ ମିଳିଲା

             




 ଆଠଗଡ,୨୭/୨: ଗତ୨୩ ତାରିଖରେ ଗୁରୁଡ଼ିଝାଟିଆ ଥାନା ଗୋବରା ପଞ୍ଚାୟତ ର ସଂରକ୍ଷିତ ଜଙ୍ଗଲରେ ମିଳିଥିବା ମୃତ ଦେହ ଦୁଇଟି ର ପରିଚୟ ମିଳିଛି।ସେମାନେ ହେଲେ ସାନଭଗୁଆ ଗ୍ରାମର ରଞ୍ଜିତା ହେଂସା (୨୩) ଓ ତାଙ୍କ ସ୍ଵାମୀ ଶୁନିଆ ହେଂସା (୨୧)।ରଂଜିତା ଗତ ପଞ୍ଚାୟତ ନିର୍ବାଚନ ରେ ଜିଲ୍ଲାପରିଷଦ ପ୍ରାର୍ଥୀ ଥିଲେ।ଘଟଣାର ବିବରଣୀ ରୁ ପ୍ରକାଶ ଯେ ମୃତ ଶୁନିଆଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦ ପୁରର ଭାଲୁଘେଡା ଗ୍ରାମରେ।ସେ ସାନ ଭଗୁଆ ଗ୍ରାମରେ ରହୁଥିଲେ।ଉଭୟ ଗତ ଦୁଇବର୍ଷ ତଳେ ପ୍ରେମ ବିବାହ କରିଥିଲେ।ବିବାହ ପରେ ସୁନିଆ ଶ୍ଵଶୁର ଘରେ ରହୁଥିଲେ।ଉଭୟ ନିସନ୍ତାନ ଥିଲେ।ରଞ୍ଜିତା ରୋଷେଇ କରୁଥିବା ଖାଦ୍ୟ ତାଙ୍କ ବାପା ମାଆଙ୍କୁ ସ୍ଵାଦ ଲାଗୁନଥିଲା।ଏଥିପାଇଁ ପରିବାରରେ ବାରମ୍ବାର ଅଶାନ୍ତି ସୃଷ୍ଟି ହେଉଥିଲା।ଉଭୟ ଦମ୍ପତି ଗତ ୧୬,ତାରିଖରେ ଘରୁ ଖୁଣ୍ଟୁଣି ଵଜାରକୁ ଆସି ମଦ ଓ ଘାସମରା ଔଷଧ କିଣି ଆଉ ଗ୍ରାମକୁ ଫେରି ନଥିଲେ।ସେମାନେ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲକୁ ଯାଇ ମଦ ଓ ଘାସ ମାର ଔଷଧ ପିଇ ଦେଇଥିଲେ।ସେମାନେ ସେଠାରେ ମୃତ ଅବସ୍ଥା ରେ ପଡ଼ିଥିଲେ। ଗତ ୨୩ ତାରିଖରେ ଭଗୁଆ ଗ୍ରାମର ଜଣେ ଯୁବକ ଜଙ୍ଗଲକୁ ଯାଇଥିଲେ ଓ ଶବ ଦୁଇଟିକୁ ଦେଖି ଗ୍ରାମରେ ଖବର ଦେଇଥିଲା।ନିଖୋଜ ହୋଇଥିବା ଦୁଇଜଣ ଙ୍କୁ  ସେମାନଙ୍କ ପରିବାର ଚିହ୍ନଟ କରି ଗୁରୁଡ଼ିଝାଟିଆ ଥାନାରେ ଖବର ଦେଇଥିଲେ।

ମୃତକଙ୍କ ପାଖରୁ ମିଳିଥିବା ଦୁଇଟି ଯାକ ମୋବାଇଲ ରୁ କିଛି ପ୍ରମାଣ ପାଇବା ଆଶାରେ ଏହାର ପରୀକ୍ଷା ପାଇଁ ସାଇବର ଅପରାଧ ବିଜ୍ଞାନୀ ଙ୍କ ସାହାଯ୍ୟ ନିଆଯାଇଛି ବୋଲି ପୋଲିସ ସୂତ୍ରରୁ ଜଣାପଡିଛି।ଶବ ବ୍ୟବଚ୍ଛେଦ ରିପୋର୍ଟ କୁ ପୋଲିସ ଅପେକ୍ଷା କରିଛି। ଆସନ୍ତା କାଲି ପରିବାରକୁ ଶବ ହସ୍ତାନ୍ତର କରାଯିବ ବୋଲି ଗୁରୁଡ଼ିଝାଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ସୂଚନା ଦେଇଛନ୍ତି।ଆଠଗଡରୁ ମହେଶ ଚନ୍ଦ୍ର ଦାସଙ୍କ ରିପୋର୍ଟ।

Post a Comment

0 Comments