ଏହି ଗଛର ଫୁଲ, ପତ୍ର ଏବଂ ଡାଳରେ ତିଆରି ହୁଏ ଔଷଧ, ଚାଷକରି ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କା

 


ପାରମ୍ପରିକ ଫସଲର ଲଗାତାର କ୍ଷତିକୁ ଆଖି ଆଗରେ ରଖି କୃଷକମାନେ ବର୍ତ୍ତମାନ ନୂଆ ଏବଂ ଲାଭ ଦାୟକ ଫସଲ ଉପରେ ଧ୍ୟାନ ଦେଉଛନ୍ତି । କୃଷକ ମାନଙ୍କ ମଧ୍ୟରେ ଔଷଧୀୟ ଫସଲର କ୍ଷତିକୁ ନେଇ ଆଗ୍ରହ ବଢୁଛି । ଦେଶରେ ବହୁ ସଂଖ୍ୟାରେ କୃଷକ ମାନେ ଗୁଲଖଇରା ଚାଷରେ ଲାଭ ଉଠାଉଛନ୍ତି । କୁହାଯାଉଛି ଯେ, ଗୁଲଖଇରା ଗଛର ଫୁଲ, ପତ୍ର ଏବଂ ଡ଼ାଳ ମଧ୍ୟରେ ସମସ୍ତ ଜିନିଷ ବଜାରରେ ଭଲ ଦରରେ ବିକ୍ରି କରାଯାଉଛି । ଗୁଲଖଇରାର ଫୁଲ ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ । ଏହି ଗଛ ଉପରେ ଫୁଲ ଫୁଟିଥାଏ ଏବଂ ଏହାସହ ଗୋଟିଏ ଗଛରୁ ପାଖିପାଖି ଏକ ଡର୍ଜନର ଫୁଲ ବାହାରିଥାଏ । ଏହି ଫୁଲ ରଙ୍ଗୀନ ଏବଂ ଆକର୍ଷଣୀୟ ବୋଲି ଏହା ଅଧିକ ପ୍ରସିଦ୍ଧ ଅଟେ ।

ଗୁଲଖଇରାଫୁଲ ଏବଂ ପତ୍ର ବ୍ୟବହାର ପୁରୁଷଶକ୍ତି ବୃଦ୍ଧି ଔଷଧରେ ବ୍ୟବହାର କରାଯାଇଥାଏ । ଏହା ବ୍ୟତୀତ ଜ୍ୱର, କାଶ, ତଥା ଅନେକ ରୋଗ ପାଇଁ ବନାଯାଉଥିବା ଔଷଧରେ ବ୍ୟବହାର କରାଯାଇଥାଏ । ଏହି ଫୁଲ ବଜାରରେ କୁଇଣ୍ଟାଲ ପିଛା ଦଶ ହଜାର ଟଙ୍କାରେ ବିକ୍ରି କରାଯାଉଛି । ତେବେ ଗୁଲଖଇରା ଗଛ ଏକର ଜମିରେ ୧୫ କୁଇଣ୍ଟାଲ ଫୁଲ ବାହାର କରିଥାଏ । ଏଥିରେ ଆପଣ ସହଜରେ ଦେଢ ଲକ୍ଷ ଟଙ୍କା ଲାଭ କରିପାରିବେ । ସେହିପରି ଏହାର ମଞ୍ଜି, ପତ୍ର ଏବଂ ଡାଳକୁ ବିକ୍ରି କରି ଆପଣଙ୍କୁ ଅତିରିକ୍ତ ଲାଭ ମିଳି ପାରିବ ।

ଗୁଲଖଇରାର ଫୁଲ, ପତ୍ର ଏବଂ ଡାଳ ବ୍ୟବହାର ଯୌନ ଔଷଧ ପ୍ରସ୍ତୁତିକରଣରେ ବ୍ୟବହାର କରାଯାଇଥାଏ । ପାକିସ୍ତାନ ଏବଂ ଆଫଗାନିସ୍ଥାନ ପରି ଦେଶରେ ଏହି ଗଛର ଛାଷ ବହୁ ପରିମାଣରେ କରାଯାଇଥାଏ । ଧିରେଧିରେ ଭାରତରେ ଏହି ଚାଷ ବଢିବାରେ ଲାଗିଲାଣି । ଉତ୍ତର ପ୍ରଦେଶର କନୌଜ ଏବଂ ହରିଦ୍ୱାର ଅଂଚଳରେ ଏହି ଔଷଧୀୟ ଗଛକୁ ଲଗାଯାଇ ବ୍ୟବସାୟ କରାଯାଉଛି ।

Post a Comment

0 Comments