ତାରିଖ ୨୫/୦୨/୨୩, ଶନିବାର
୧-ବିଧାନସଭାରେ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି।
୨-ଏ ବଜେଟ୍ ହେଉଛି ଲୋକଙ୍କ ବଜେଟ୍, ଲୋକଙ୍କ ପାଇଁ ବଜେଟ୍, ଲୋକଙ୍କ ଦ୍ୱାରା ବଜେଟ୍ । ରାଜ୍ୟ ବଜେଟକୁ ନେଇ ଏମିତି କହିଲେ ନବୀନ।
୩-ଭୁବନେଶ୍ୱର:କାଳିଆ ସହାୟତା ପାଇଁ ୧୮୭୯ କୋଟି ଟଙ୍କା ଓ କୃଷି ପାଇଁ ୨୪ ହଜାର ୮୨୯ କୋଟି ବ୍ୟୟବରାଦ।
୪-କଟକ: ନୂତନ ବିଷୟ ପଢ଼ିବେ ଦଶମ ଶ୍ରେଣୀ ବିଦ୍ୟାର୍ଥୀ,୪ଟି ପର୍ଯ୍ୟାୟରେ ଆସନ୍ତା ଶିକ୍ଷାବର୍ଷକୁ ଭାଗ କରାଯାଇଛି।
୫-କଟକ: ମାର୍ଚ୍ଚ ୫ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା।
୬-ରାଜ୍ୟ ବଜେଟରେ ବଡ ଘୋଷଣା: ମିଶନ ଶକ୍ତି ମହିଳାଙ୍କୁ ଇ-ସ୍କୁଟର କିଣିବା ପାଇଁ ବିନା ସୁଧରେ ମିଳିବ ଋଣ।
୭-ଭୁବନେଶ୍ୱର: ସକ୍ରିୟ ଗୁରୁଚାପ ହେତୁ ଆଗାମୀ ୫ ଦିନ ତାପମାତ୍ରାରେ ନାହିଁ ପରିବର୍ତ୍ତନ,୩ଦିନ ଘନ କୁହୁଡି ସମ୍ଭାବନା।
୮-ଜନସ୍ୱାସ୍ଥ୍ୟ ପାଇଁ ୧୬ ହଜାର ୪୮ କୋଟି ଟଙ୍କା, ବର୍ଷକ ମଧ୍ୟରେ ୧୪୭ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୂପାନ୍ତରିତ କରାଯିବ।
୯-ଭୁବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି ନବମ କଳିଙ୍ଗ ସାହିତ୍ୟ ମହୋତ୍ସବ, ଯୋଗଦେଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀ।
୧୦-କିଟ୍ ବିଶ୍ୱବିଦ୍ୟାଳୟ: SME ରେ ମେକାନିକାଲ ଇଂଜିନିୟରିଂ କଲୋକିୟମ- ୨୦୨୩ ଅନୁଷ୍ଠିତ, ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟର ଅବସରପ୍ରାପ୍ତ CGM ଅଶୋକ କୁମାର ନନ୍ଦି ସେୟାର କଲେ ନିଜର ଅନୁଭୁତି ଓ ଅଭିଜ୍ଞତା।
୧୧-କଟକ: ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବ ନେତାଜୀ ସୁବାଷ ଚନ୍ଦ୍ର ବୋଷ ବସ ଟର୍ମିନାଲ କାମ, ସମୀକ୍ଷା କଲେ ଜିଲ୍ଲାପାଳ ଓ ସିଏମସି କମିଶନର।
୧୨-ଯାଜପୁର ଜିଲ୍ଲା ବିଝାଂରପୁର ଚିକଣା ଗାଁ:କଥା ଦେଇଥିଲେ ସ୍ୱାମୀ; ସ୍ତ୍ରୀଙ୍କ ପାଇଁ ତୋଳିଦେଲେ ମା’ ସନ୍ତୋଷୀଙ୍କ ଦେଉଳ। ଖର୍ଚ୍ଚ ହୋଇଛି ପ୍ରାୟ ୭ କୋଟି ଟଙ୍କା।
୧୩-ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜଣେ ଗିରଫ, ଅଶ୍ଲିଳ ଭିଡିଓ ଦେଖାଇ ଚାନ୍ଦିପୁରରୁ ଗୁପ୍ତ ତଥ୍ୟ ହାସଲ କରୁଥିଲେ ପାକ୍ ଏଜେଣ୍ଟ।
୧୪-ବ୍ୟାଙ୍କ୍ ଅଫ୍ ବରୋଦାରେ ଅଫିସର୍ ପଦବୀ ଖାଲି; ଦରମା ବର୍ଷକୁ ୫ ଲକ୍ଷ: bankofbaroda.in l
୧୫-ରାଇଘର:ପୋଲିସ ଇନ୍ଫର୍ମର ସନ୍ଦେହରେ ମୁଣ୍ଡ ନେଲେ ମାଓବାଦୀ, ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ।
୧୬-କଲେକ୍ଟର ବନାମ ସିଡିଏମଓ: ବରଗଡ଼ ଜିଲ୍ଲାପାଳଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲେ ସିଡିଏମଓ ଚାରୁବାଳା ରଥ।
୧୭-ପାହାଡ଼ ଉପରେ ବାହାଘରର ସୁଯୋଗ ସୃଷ୍ଟି କରିବ ଦେଓମାଳି: ଓଡ଼ିଶାର ଉଚ୍ଚତମ ପର୍ବତ ମାଳାରେ ହେବ ୱେଡିିଂ ଡେଷ୍ଟିନେସନ।
୧୮-ଶନିବାର ଠାରୁ ଦୁଇଦିନିଆ ଭାରତ ଗସ୍ତରେ ଜର୍ମାନୀ ଚାନସେଲର୍ ଓଲାଫ ସ୍କୋଲଜ।
୧୯-ମହିଳା T20 ବିଶ୍ବକପ୍:ପ୍ରଥମ ଥର ଫାଇନାଲରେ ଦକ୍ଷିଣ ଆଫ୍ରିକା।
0 Comments