ହାତୀ ସୁରକ୍ଷା ଓ ସଚେତନତା ସଂରକ୍ଷଣ ସଚେତନତା ଆଠଗଡ, ୨୫/୨: ଆଜି ହାତୀ ସୁରକ୍ଷା ଓ ସଂରକ୍ଷଣ ସଚେତନତା ବିଷୟରେ ବନ ବିଭାଗ ଓ ସେଭ୍ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟ ସହାୟତା ରେ ଖୁଣ୍ଟୁଣି ରାଧାନଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଖୁଣ୍ଟୁଣି ମହାବିଦ୍ୟାଳୟ ର+୩ ରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନେ ଏହି କର୍ମଶାଳା ରେ ଭାଗ ନେଇଥିଲେ।ଖୁଣ୍ଟୁଣି ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳା ରେ ଅବସରପ୍ରାପ୍ତ ବନସେବା ଅଧିକାରୀ ଜିତୁଶତ୍ରୁ ମହାନ୍ତି, ଡକ୍ଟର ଶଶୀଭୂଷଣ ମିଶ୍ର,ଅଧ୍ୟକ୍ଷ ଖୁନ୍ତୁଣୀ ଡିଗ୍ରୀ ମହାବିଦ୍ୟାଳୟ,ଅଧ୍ୟାପକ ଦିପ୍ତିରଞ୍ଜନ ବେହେରା, ଶ୍ବେତକାନ୍ତ ବେହେରା, ହାତୀ ସାଥୀ ଓ ସେଭ୍ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ର ମୂଖ୍ୟ fସମନ୍ବୟ ଅଧିକାରୀ ଓ ଅନ୍ୟାନ୍ୟ ଅଧ୍ୟାପକ ମାନେ ଅତିଥି ଭାବେ ଯୋଗ ଦାନ କରି ନିଜ ନିଜର ମତ ପ୍ରକାଶ କରିଥିଲେ।ଆଠଗଡରୁ ମହେଶ ଚନ୍ଦ୍ର ଦାସଙ୍କ ରିପୋର୍ଟ।
0 Comments