ଗୋରୁ ମାଫିଆଙ୍କ ଆକ୍ରମଣରେ ପୋଲିସ ଅଧିକାରୀ ଆହତ

 


ଆଠଗଡ,୨୬/୨: ଗୋରୁ ମାଫିଆଙ୍କ ଆକ୍ରମଣରେ ତିଗିରିଆ ଥାନାର ତିନି ଜଣ ଅଧିକାରୀ ଆହତ ହୋଇଛନ୍ତି।କାନପୁର ଥାନା ଅଞ୍ଚଳରୁ ଏକ ଗୋମାଂସ ବୋଝେଇ କଣ୍ଟେନର ଆସୁଥିବା ଖବର ପାଇ ତିଗିରିଆ ପୋଲିସ୍ ସ୍ଥାନୀୟ ଶାସନ ଛକରେ ଜଗିରହି ତିଗିରିଆ ସଂପୃକ୍ତ କଣ୍ଟେନରକୁ ଅଟକାଇଥିଲେ।ତେବେ ତିରିଶରୁ ଅଧିକ ଗୋରୁ ମାଫିଆ ହଠାତ୍ ପୋଲିସ ଉପରେ ସଂଘବଦ୍ଧ ଆକ୍ରମଣ କରି କଣ୍ଟେନରକୁ ଛଡ଼ାଇ ନେଇଥିଲେ।ମାଫିଆଙ୍କ ଆକ୍ରମଣରେ ତିଗିରିଆ ଥାନା ଅଧିକାରୀ ସୁଚିତ୍ରା ଜେନା,ଉପ ନିରୀକ୍ଷକ ସନ୍ତୋଷ ପ୍ରଧାନ ଓ ଲକ୍ଷ୍ମୀଧର ପ୍ରଧାନ ଆହତ ହୋଇ ତିଗିରିଆ ଡ଼ାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।

ଖବର ପାଇ କଟକ ଜିଲ୍ଲା ଗ୍ରାମାଞ୍ଚଳ ଅତିରିକ୍ତ ଅଧିକ୍ଷକ କୃଷ୍ଣଚନ୍ଦ୍ର ପଟ୍ଟନାୟକ, ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଜୟକୁମାର୍ ବିଶି, ଆଠଗଡ ଥାନା ଅଧିକାରୀ ବାମଦେବ ସ୍ବାଇଁ ପ୍ରମୁଖ ଘଟଣାସ୍ଥଳରେ ପହଂଚି ଛଡ଼ାଇ ନିଆଯାଇଥିବା କଣ୍ଟେନରକୁ ଖୋଜି ବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି। ଏ ସଂକ୍ରାନ୍ତ ରେ ଦୁଇ ଜଣକୁ ଅଟକ ରଖାଯାଇ ପଚରା ଉଚରା କରାଯାଉଛି।ତେବେ ଆକ୍ରମଣକାରୀ ମାନେ ତିଗିରିଆ ଥାନା ଅଂଚଳର ବୋଲି ପୋଲିସ ଜାଣି ପାରିଛି। ଆଠଗଡ ରୁ ମହେଶ ଚନ୍ଦ୍ର ଦାସଙ୍କ ରିପୋର୍ଟ।

Post a Comment

0 Comments