ସଂଗଠନ ର ପ୍ରତିଷ୍ଠାତା ସୁଧାଂଶୁ ମୋହନ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଠଗଡ ତହସିଲଦାର ପ୍ରିୟବ୍ରତ ଦାସ,ସମ୍ମାନୀତ ଅତିଥି ଭାବେ ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ,କଣ୍ଠଶିଳ୍ପୀ ଆଲୋକ କୁଣ୍ଡୁ,ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ ବାପୁ ଗୋସ୍ୱାମୀ ପ୍ରମୁଖ ଯୋଗଦାନ କରିଥିଲେ।ରାଜ୍ୟର ବିଭିନ୍ନ ଅଞ୍ଚଳ ରୁ ୨୦ ଗୋଟି ସ୍ୱେଚ୍ଛାସେବୀ ସଂଗଠନ ର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ।ଦୁଇ ବର୍ଷ ତଳେ ମାତ୍ର ୪ ଜଣ ଯୁବକଙ୍କୁ ନେଇ ସୁଧାଂଶୁ ଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ଏହି ସଂଗଠନ ର ମୋଟ ସଭ୍ୟ ୮୨ ଜଣ।ଅସହାୟଙ୍କ ମୁହଁରେ ହସ ଫୁଟାଇବା, ଦୁସ୍ଥ ମୃତ ବ୍ୟକ୍ତିଙ୍କ ଶବ ସତ୍କାର କରିବା ଓ ଭୋକିଲା ଙ୍କ ମୁହଁରେ ଖାଦ୍ୟ ଦେବା ଏହା ସଂଗଠନ ର ପ୍ରଧାନ କାର୍ଯ୍ୟ।କଣ୍ଠ ଶିଳ୍ପୀ ଆଲୋକ କୁଣ୍ଡୁ,ବିପ୍ଳବ ଦାସ ଓ ଅନେକ କୁନି କୁନି କଳାକାର ସଙ୍ଗୀତ ପରିବେଷଣ କରିଥିଲେ।ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କୁନିକୁନି ବାଳକ ଓ ବାଳିକା ମାନେ ନୃତ୍ୟଗୀତ ପରିବେଷଣ କରିଥିଲେ।୪ ଜଣ ସମାଜ ସେବି ଓ ୬ ଜଣ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଉପଢୌକନ , ମାନ ପତ୍ର ଦେଇ ମାଟିର ମହକ ସମ୍ମାନରେ ଆଠଗଡ ତହସିଲଦାର ସମ୍ମାନୀତ କରିଥିଲେ। ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଆଠଗଡରୁ ମହେଶ ଚନ୍ଦ୍ର ଦାସଙ୍କ ରିପୋର୍ଟ।
0 Comments