ସକାଳର ଖବର, ୨୬-ଫେବୃଆରୀ-୨୦୨୩,ରବିବାର

 ସକାଳର ଖବର, ୨୬-ଫେବୃଆରୀ-୨୦୨୩,ରବିବାର



╰─────────────────────╯Sticker with no label
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜି ପୂର୍ବାହ୍ନ ୧୧ଟା ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଲ ଇଣ୍ଡିଆ ରେଡିଓ ମାଧ୍ୟମରେ ତାଙ୍କର ୯୮ ତମ  'ମନ କି ବାତ' କାର୍ଯ୍ୟକ୍ରମରେ ନିଜର ମତ ସାବ୍ୟସ୍ତ କରିବେ ।

➡️୨-ଫେବ୍ରୁଆରୀ ୨୭ରେ କୃଷକଙ୍କୁ ମିଳିବ ପିଏମ କିସାନର ୧୩ତମ କିସ୍ତି, କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଘୋଷଣା l ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ଅପରାହ୍ଣ ୩ଟାରେ କର୍ଣ୍ଣାଟକ ବେଲଗାଭୀରୁ ୧୩ତମ କିସ୍ତି ଜାରି କରିବେ ।

➡️୩-ଚଳିତ ବର୍ଷ ମେ ନୁହେଁ ଆସନ୍ତା ମାର୍ଚ୍ଚରୁ ଛୁଁଇବ ତାପମାତ୍ର ୪୦ ଡିଗ୍ରୀ। ପାଣିପାଗ ବିଶେଷଜ୍ଞ ଏମିତି କିଛି କଲେ ଆକାଳନ l

➡️୪-କଟକ ବାରବାଟୀ କିଲ୍ଲା ଦୁର୍ଗ ପରିସରରେ ହାଇକୋର୍ଟର ମ୍ୟୁଜିୟମ ବା ମ୍ୟୁଜିୟମ୍ ଅଫ ଜଷ୍ଟିସକୁ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ କଲେ ଉଦଘାଟନ l ଏହି ମ୍ୟୁଜିୟମ ୧୦୦ ବର୍ଷର ପୁରୁଣା ଏକ ବଙ୍ଗଳାରେ ପ୍ରତିଷ୍ଠା ହୋଇଛି।

➡️୫-ସଜେଇ ହେଉଛି ବିଜୁଙ୍କ ଡାକୋଟା। ମାର୍ଚ୍ଚ ୫, ବିଜୁ ଜୟନ୍ତୀରୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ ହେବ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏହି ପ୍ରିୟ ବିମାନ ।

➡️୬-ସ୍ମାର୍ଟସିଟି ରେ ମାତିଛନ୍ତି ବାଂଲାଦେଶୀ ରୂପଜୀବୀ  l ବଢ଼ୁଛି ସେକ୍ସ ରାକେଟ, ବ୍ରାଉନ ସୁଗର, ନକଲି ନୋଟ୍ କାରବାର, ଚିନ୍ତାରେ କମିଶନରେଟ୍ ପୋଲିସ ଓ ଗୁଇନ୍ଦା ବିଭାଗ l

➡️୭-ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ଏବର୍ଷ ହେବ ନାହିଁ। ପାଳିଆ ମଲିଆ ସେବାୟତମାନେ ନ ଆସିବାରୁ କପିଳେଶ୍ୱର ମନ୍ଦିରରେ ନୀତିକାନ୍ତି ହୋଇପାରିଲା ନାହିଁ। ଫଳରେ ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ ରହିଛି।

➡️୮-ଦିଲ୍ଲୀରୁ ହାଇଦ୍ରାବାଦ ଗଲେ ଗୁରୁତର ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ । ହାଇଦ୍ରାବାଦର ଯୋଶଦା ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା ହେଲା ଆରମ୍ଭ l ପରିବାରର ଡୋନରଙ୍କ ସହ ବ୍ଲଡ୍ ଗ୍ରୁପ ମ୍ୟାଚ୍ ନକରିବାରୁ ଅନ୍ୟ ଡୋନରଙ୍କ ଖୋଜା ଚାଲିଛି ।

➡️୯-ତାମିଲନାଡୁରେ ପୁଣି ବେନ୍ଦ ଭାରତ ଏକ୍ସପ୍ରେସ ଉପରେ ହେଲା ପଥର ମାଡ଼ l ତେବେ ଏହି ଘଟଣାରେ ରେଳବାଇ ପୁଲିସ ମାମଲା ରୁଜୁ କରି ତଦନ୍ତ କଲେ ଆରମ୍ଭ l

➡️୧୦-ଲଗାତାର ୫ମ ଥର ଫ୍ଲପ୍ ହେବାକୁ ଯାଉଛି ଅକ୍ଷୟ କୁମାରଙ୍କ ଫିଲ୍ମ l  ଦ୍ଵିତୀୟ ଦିନ ସୁଦ୍ଧା ମାତ୍ର ୫.୮୫ କୋଟି ଟଙ୍କା ଆୟ କଲା କଲାଣି  ଫିଲ୍ମ ‘ସେଲଫି’ l

➡️୧୧-ତେଲେଙ୍ଗାନା ମଞ୍ଚେରିଅଲରେ ବିବାହ ପୂର୍ବ ଦିନ ଅସୁସ୍ଥ ହେବା ପରେ ସର୍ଜରୀ ଲାଗି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଯୁବତୀଙ୍କୁ ହସ୍ପିଟାଲ ବେଡରେ ସିନ୍ଦୂର ପିନ୍ଧାଇ ବରମାଳା ପିନ୍ଧାଇଛଲେ ବର ।

➡️୧୨-Meta ଲଞ୍ଚ କଲା ନୂଆ AI ଭାଷା ମଡେଲ ‘LLaMA’, ଗୁଗଲ-ମାଇକ୍ରୋସଫ୍ଟକୁ ଦେବ ଟକ୍କର l

➡️୧୩-‘ବିଏସ୍‌ପି’ ବିଧାୟକ ରାଜୁ ପାଲ୍ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ୍‌ଙ୍କୁ ତାଙ୍କ ବାସଭବନରେ ଗୁଳି ମାରି ହତ୍ୟା କରାଯିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଲେ ମାଫିଆଙ୍କୁ ମାଟିରେ ମିଶାଇ ଦେବି l

➡️୧୪-ଭାରତ ଯୋଡ଼ୋ ଯାତ୍ରା’ ସହିତ ମୋ ‘ଇନିଙ୍ଗସ୍‌’ର ପରିସମାପ୍ତି ଘଟିପାରେ ବୋଲି ରାଜନୀତିରୁ ଅବସର ଗ୍ରହଣ କରିବା ଆଭାସ ଦେଲେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ l

➡️୧୫-ଛତିଶଗଡର ନୟା ରାୟପୁରରେ ଆୟୋଜିତ କଂଗ୍ରେସର ୮୫ତମ ରାଷ୍ଟ୍ରୀୟ ଅଧିବେଶନରେ ଯୋଗ ଦେଲେ ପ୍ରିୟଙ୍କା ଗାନ୍ଧୀ l ସ୍ଵାଗତ ପାଇଁ ୨ କିମି ଯାଏଁ ରାସ୍ତାରେ ବିଛାଗଲା ଛଅ ହଜାର କିଲୋଗ୍ରାମର ଗୋଲାପ ଫୁଲ l

➡️୧୬-ଏଣିକି କେନ୍ଦ୍ରୀୟ ଯୋଜନାର ନାଁ ପରିବର୍ତ୍ତନ କରିବା ହେବନି ସହଜ l ଯୋଜନାର ନାଁ ବଦଳାଇଲେ ବନ୍ଦ ହେବ ପାଣ୍ଠି, ଧମକ ଦେଲା କେନ୍ଦ୍ର l

➡️୧୭-ତୁର୍କୀ ରେ ଗତ ୬୬ ଘଣ୍ଟା ମଧ୍ୟରେ ୩୭ ଥର ଭୂକମ୍ପ ହେଲାଣି । ପରିସ୍ଥିତି ଏଭଳି ହୋଇଛି ଯେ, ଲୋକେ ଭୂକମ୍ପ ଭୟରେ ରାତିରେ ଶୋଇବାକୁ ବି ଭୟ କରୁଛନ୍ତି।

➡️୧୮-ଅନ୍ତଃଜିଲ୍ଲା ୧୯ ବର୍ଷରୁ କମ୍ କ୍ରିକେଟ୍‌: ଶ୍ରେୟାଂଶୁ, ଆଶୀର୍ବାଦଙ୍କ ଶତକ l ଫାଇନାଲ୍‌ ମ୍ୟାଚରେ ଆଜି ଲଢ଼ିବେ ଭୁବନେଶ୍ବର ‘ବି’-ଓଡ଼ିଶା ‘ଡି l

➡️୧୯-ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଆଜି ହେବ ଫାଇନାଲ୍‌ ମ୍ୟାଚ, ବିଜେତା ଅଷ୍ଟ୍ରେଲିଆ ବନାମ ଘରୋଇ ଦକ୍ଷିଣ ଆଫ୍ରିକା l

➡️୨୦-ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଆସିଲା ସୁଇସାଇଡ ନୋଟ୍‌ର ହ୍ୟାଣ୍ଡରାଇଟିଂ ରିପୋର୍ଟ l

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

🔅ଆଜି ଜାତୀୟ ପିସ୍ତାବାଦାମ ଦିବସ ll
🔅ଆଜି କଳା ଜୀବନ ଜୀବିକା ଦିବସ  ll
🔅ଆଜି ବୀର ବିନୟକ ଦାମୋଦର ସବରକାର ସ୍ମୃତି ଦିବସ ll

🔅ଆଜି ଆନ୍ତର୍ଜାତୀୟ ଭାଷା ଟୁଇଷ୍ଟର ପ୍ରତିଯୋଗିତା ଦିବସ ll

          ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
                ll ଶୁଭ ସକାଳ,ସୁପ୍ରଭାତ ll


Post a Comment

0 Comments