ବିଦ୍ୟାଳୟ ପାଚେରୀ ଭୁଷୁଡି ବା ଘଟଣା,ଖବର ପ୍ରକାଶ ପାଇବା ପରେ ନୂତନ ପାଚେରୀ ନିର୍ମାଣ।


  କାର୍ଯ୍ୟ ସରିବାର ଏକବର୍ଷ ମଧ୍ୟରେ ବିଦ୍ୟାଳୟ ପାଚେରୀ ଭୁଷୁଡି ପଡିବା ଘଟଣା  ଅଂଚଳରେ ଚର୍ଚା ର ବିଷୟ ପାଲଟିଥୀବା ଖବର ପ୍ରକାଶ ପାଇବା ପରେ ଠିକାଦାର ପୂଣି ନୂତନ ପାଚେରୀ ନିର୍ମାଣ କରିଛନ୍ତି । କିନ୍ତୁ ସେହି ସମୟରେ ଦାୟିତ୍ୱରେ ଥିବା ବିଭାଗୀୟ ଜେଇ ସନ୍ଦେହ ଘେରରେ ।


 ଅଭିଯୋଗ ଅନୁଯାୟୀ ନୂଆଗାଁ ବ୍ଲକ ପାରାଢିପୀ ପଂଚାୟତ ର ସରକାରୀ ପ୍ରାଥମିକ ବିଦ୍ୟାଳୟ ମସ୍କାବାରୀ ବିଦ୍ୟାଳୟ ରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ (୫୦) ରୁ ଉର୍ଦ୍ଧ ପିଲା ପଢନ୍ତି ଓ ବିଦ୍ୟାଳୟ ପରିସରରେ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରେ କୋମଳ ମତି ପିଲା ପଢନ୍ତି ।
ଏହି ବିଦ୍ୟାଳୟ ପାଚେରୀ ପାଇଁ (୨୦୨୦/୨୧ ରେ କେନ୍ଦ୍ରୀୟ ଅର୍ଥ ଆୟ ପଂଚାୟତ ସମିତି ଅଂଶ ରୁ (୧୮୨୧୫୬) ଟଙ୍କା ଖର୍ଚ୍ଚ ରେ ଏକ ପାଚେରୀ ନିର୍ମାଣ ହୋଇଥୀବା ବେଳେ କାର୍ଯ୍ୟ ସରିବାର ଏକବର୍ଷ ନ ପୁରୁଣୁ ବିନା ବର୍ଷା ପବନରେ ପାଚେରୀ ଭୁଷୁଡି ପଡିବା ଘଟଣା  ବ୍ଲକ ପ୍ରଶାସନ ର ନିମ୍ନମାନର କାର୍ଯ୍ୟ ଦାଣ୍ଡରେ ପଡି ହାଟରେ ଗଡୁଥୀବା ଘଟଣା ଖବର ପ୍ରକାଶ ପାଇଥିଲା  । ଖବର ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ଜେଇ ଠିକାଦାର ଙ୍କୁ କହି ପୁନର୍ବାର ନୂତନ ପାଚେରୀ ନିର୍ମାଣ କରିଛନ୍ତି । ।

Post a Comment

0 Comments