ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ବ୍ଲକ ମଧ୍ୟରେ ମହାତ୍ମାଗାନ୍ଧି କର୍ମନିଯୁକ୍ତି ଯୋଜନାରେ ଦୁର୍ନୀତି କୁ ନେଇ ନୂଆଗାଁ ଉନ୍ନୟନ ଅଧିକାରୀ ଓ ତହଶିଲଦାର ଙ୍କୁ ଅଭିଯୋଗ । ଆଜି ନୂଆଗାଁ ବ୍ଲକ କୁ ବେରୁଆଁବାରୀ ଗ୍ରାମ ପଂଚାୟତ ର ଜନସାଧାରଣ ଅଭିଯୋଗ ପତ୍ର ନେଇ ନୂଆଗାଁ ବ୍ଲକ ଉନ୍ନୟନ ଅଧିକାରୀ ଙ୍କୁ ଦେଇଥିଲେ ।ସେହି ଅଭିଯୋଗ ପାତ୍ର ରେ ଉଲେଖା ଅଛି ଚଳିତ ବର୍ଷ ମହାତ୍ମାଗାନ୍ଧି କର୍ମନିଯୁକ୍ତି ଯୋଜନାରେ ଚାଲିଥିବା କାର୍ଯ୍ୟ ଯଥା ୧ -ବେରୁଆଁବାରୀ ଠାରୁ ମଣିଆ କୋଟ ରାସ୍ତା ,୨ )ଚାକୁଣ୍ଡାପଲ୍ଲୀ ମଣିଆ କୋଟ ଠାରୁ ବେରୁଆଁବାରୀ ରାସ୍ତା ,୩ )ବଧୁଲିପୁର ମଣିଆକୋଟ ମଙ୍ଗଳାଗଣ୍ଡ ଆଡିବନ୍ଧ ,୪)ଯଦୁପଲ୍ଲୀ ସ୍ମସାନ ପୋଖରୀ ,୫)ବେରୁଆଁବାରୀ ପଂଚାୟତ ହାଇସ୍କୁଲ ପଡିଆ ସହିତ ୫ଟି ସ୍କୁଲ ପାଚେରି ଓ ଘର ,୬ )ଗାଡିଆ ପୋଖରୀର କାର୍ଯ୍ୟର ସୂଚନା ଫଳକ ଲାଗାଯାଇ ନାହୀଂ ।
ଏସବୁ କାର୍ଯ୍ୟକୁ ନେଇ ଅଭିଯୋଗ ହୋଇଅଛି ।ଅଭିଯୋଗରେ ଉଲ୍ଲେଖ ଅଛି କି ଉକ୍ତ କମଗୁଡି କ ମାନରେଗ ମଧ୍ୟରେ ଆସୁଅଛି କିନ୍ତୁ ଜବ କାର୍ଡଧାରି ଶ୍ରମିକଙ୍କର ବ୍ୟତିକ୍ରମରେ ଜେସିବି ଓ ଟ୍ରାକ୍ଟର ଲଗାଇ ରାତି ଅଧିଆ କାମ କରାଯାଇଛି । ସେହିପଞ୍ଚାୟତ ର କାର୍ଯ୍ୟରତ ଜି ॰ ଆ ॰ଏସ ଜବ କାର୍ଡ ଧାରୀଙ୍କୁ କୌଣସି ସୂଚନା ଦେଇନାହାନ୍ତି । ଜଦ୍ଵାରକି ଶ୍ରମିକ ମାନେ କାମ ନ ପାଇ ଦାଦନ ଖଟିବାପାଇଁ ବାଧ୍ୟ ହେଉଛନ୍ତି ବାହାରକୁ ଯିବାପାଇଁ ।
ଉକ୍ତ କାର୍ଯ୍ୟରେ ଲଗାଯାଇଥିବା ସି ୧ ,ସି ୨ ରେ ହୋଇଥିବା ହସ୍ତାକ୍ଷର ଜାଲିଆତି କରାଯାଇଛି । ତତ ସହିତ ଅଥିରେ ଉଲେଖ ଅଛି ଫାଇନାଲ ବିଲ ପାଇବା ପାଇଁ କିଛି ଲୋକଙ୍କୁ କମକରୁଥିବାର ଆକ୍ସନ ଫଟୋ ଦିଅ ଯାଇଥିବାର ଅଭିଯୋଗ ହୋଇଛି । ଉକ୍ତ କାର୍ଯ୍ୟରେ କରୁଥିବା ସରପଞ୍ଚ ,ସମିତିସଭ୍ଯ ଓ ୱେବ ସାମ୍ବାଦିକ ଅଛନ୍ତି ଯାହାଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଛି । କିନ୍ତୁ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ସଠିକ ଉତର ମିଳୁନାହିଁ ଅଭିଯୋଗ ରେ ଉଲେଖ କରାଯାଇଛି । ସମୁଦାୟ ୬୧ ଜଣ ଜବ କାର୍ଡ ହିତାଧି କାରୀଙ୍କ ସ୍ଵାକ୍ଷର ଥିବା ଏକ ଅଭିଯୋଗ ପାତ୍ର ନୂଆଗାଁ ବ୍ଲକ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କୁ ଅଭିଯୋଗ ହୋଇଅଛି ।
0 Comments