ମଣ୍ଡିରେ ଧାନ ବିକ୍ରୀପରେ ଭାଗ ବଂଟାକୁ ନେଇ ପାରିବାରିକ ଗଣ୍ଡଗୋଳରେ ଜଣେ ମୃତ ୧ ଶିଶୁ ସମେତ ୪ ଗୁରୁତର l ଘଟଣା ଟି ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମହୁଲେ ଗାଁରେ l ମୃତକ ଜଣକ ହେଲେ ସୁବଳ ମେହେର l ଗୁରୁତରମାନେ ହେଲେ ରାମଚନ୍ଦ୍ର ମେହେର,ଲଳିତା ମେହେର,ପ୍ରଦୀପ ମେହେର ଏବଂ ୧ ବର୍ଷୀୟ ଝିଅ ଆବାହନା ମେହେର l ମହୁଲେ ଗ୍ରାମର ବାଳକୃଷ୍ଣ ମେହେର ଏବଂ ତାଙ୍କ ଭାଇ ରାମଚନ୍ଦ୍ର ମେହେର ମଣ୍ଡିରେ ଧାନ ବିକ୍ରୀ କରିଥିଲେ l ହେଲେ ଧାନବିକ୍ରୀ ଟଙ୍କା ବାଳକୃଷ୍ଣ ମେହେରଙ୍କ ଜମାଖାତାେରେ ପଡିଥିଲା l ପରେ ଉକ୍ତ ଟଙ୍କା ଭାଗ ବଂଟାକୁ ନେଇ ବାଳକୃଷ୍ଣ ଓ ରାମଚନ୍ଦ୍ର ମଧ୍ୟରେ ବଚସା ହୋଇଥିଲା l ପରେ ଏହି ବଚସା ଉଗ୍ର ରୁପ ଧରିବାସହ ଗଣ୍ଡଗୋଳ ଓ ହାତାହାତି ପର୍ଯ୍ୟନ୍ତ ଯାଇଥିଲା l ବାଳକୃଷ୍ଣଙ୍କ ପରିବାରର ଆକ୍ରମଣରେ ରାମଚନ୍ଦ୍ରଙ୍କ ସମେତ ତାଙ୍କ ପରିବାରର ଅନ୍ୟ ୪ ସଦସ୍ୟ ଗୁରୁତର ଭାବେ ଆହତ ହୋଇ ପ୍ରଥମେ ସୋନପୁର ଓ ପରେ ବୁର୍ଲାକୁ ସ୍ଥାନାନ୍ତରଣ ହୋଇଥିଲେ l ସେଠାରେ ଚିକିତ୍ସଧିନ ଅବସ୍ଥାରେ ସୁବଳ ମେହେରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଗୁରୁତରମାନେ ଏବେବି ବୁର୍ଲାରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି l ମନମୁଣ୍ଡା ପୋଲିସ ଏନେଇ ଏକ ମାମଲା ଦାୟର କରିବା ସହ ତଦନ୍ତ ଆରମ୍ଭ କରିଛି l
0 Comments