ଆଠଗଡ଼ ୨୭/୨: ଗତକାଲି ସନ୍ଧ୍ୟାରେ ମୃତ୍ୟୁବରଣ କରିଥିବା ଦେଶର ଶେଷ ରାଣୀ ତଥା ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀ ର ପ୍ରଥମ ମହିଳା ବିଧାୟିକା ରାଣୀ ରାସମଞ୍ଜରୀ ଦେବୀଙ୍କର ପରଲୋକ ହୋଇଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା।ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ରହିଥିଲେ।୧୯୭୭ ମସିହାରେ ସେ ଜନତା ଦଳ ପ୍ରାର୍ଥୀ ଭାବେ ଆଠଗଡ - ତିଗିରିଆ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢି ବିଜୟୀ ହୋଇ ୧୯୮୦ ପର୍ଯ୍ୟନ୍ତ ବିଧାୟିକା ରହିଥିଲେ।ସେ କଟକ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ମଧ୍ୟ ରହିଥିଲେ।
ତିଗିରିଆ ଅଞ୍ଚଳରେ ସେ ଅତ୍ୟନ୍ତ ଲୋକପ୍ରିୟ ଥିଲେ।ସମସ୍ତେ ତାଙ୍କୁ ମା' ବୋଲି ସମ୍ବୋଧନ କରୁଥିଲେ।ଆଜି ତାଙ୍କ ମର ଶରୀରକୁ ଏକ ସୁସଜ୍ଜିତ ଶବ ବାହକ ଗାଡି ଯୋଗେ ତିଗିରିଆ ,ନୁଆ ପାଟଣା,ବିନ୍ଧାଣିମା, ପାଞ୍ଚଗାଁ ଆଦି ଗ୍ରାମ ମାନଙ୍କୁ ଶୋଭାଯାତ୍ରାରେ ନିଆଯାଇଥିଲା। ତିଗିରିଆ ଥାନା ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇ ଶେଷ ବିଦାୟ ଦିଆଯାଇଥିଲା।ରାଜ୍ୟ କୃଷି ମନ୍ତ୍ରୀ ତଥା ଆଠଗଡ ବିଧାୟକ ରଣେ୍ଦ୍ର ପ୍ରତାପ ସ୍ଵାଇଁ, ଆଠଗଡ ଉପଜିଲ୍ଲପାଳ ହେମନ୍ତକୁମାର୍ ସ୍ବାଇଁ,ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଜୟକୁମାର୍ ବିଶି,ତିଗିରିଆ ତହସିଲଦାର ପ୍ରମୋଦ କୁମାର ବାସ୍କେ,ତିଗିରିଆ ବ୍ଲକ ର ସମସ୍ତ ନିର୍ବାଚିତ ପ୍ରତିନିଧି ବିଜେଡି ର ଦଳୀୟ ପଦାଧିକାରୀ ତାଙ୍କ ଶେଷ ଦର୍ଶନ କରିବା ସଂଗେସଂଗେ ଅନ୍ତ୍ୟେଷ୍ଟି କ୍ରିୟାରେ ଉପସ୍ଥିତ ରହିଥିଲେ।
ତିଗିରିଆ ଅଞ୍ଚଳ ର ଶହଶହ ଲୋକ ମଧ୍ୟ ଉପସ୍ଥିତ ରହି ତାଙ୍କ ମା ' ଙ୍କ ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।ତିଗିରିଆ ର ରାଜପରିବାର ଙ୍କ ଶ୍ମଶାନ ରେ ରାଜକୀୟ ରୀତିନୀତି ଅନୁସାରେ ଏକ ଶୋକାକୁଳ ପରିବେଶରେ ଶବ ସତ୍କାର କରାଯାଇଥିଲା।କନିଷ୍ଠ ପୁତ୍ର ବୀଜୟକୁମାର ସିଂଦେଓ ମୁଖାଗ୍ନି ପ୍ରଦାନ କରିଥିଲେ। ଆଠଗଡ ରୁ ମହେଶ ଚନ୍ଦ୍ର ଦାସଙ୍କ ରିପୋର୍ଟ।
0 Comments