ମୋ ଆଈମା ସ୍ୱାସ୍ଥ୍ୟ କଥା- 100*

 *


ଆଈମା କହନ୍ତି ରୋଷେଇ କଲା ବେଳେ କେବେବି ଶୁଖିଲା ମସଲା ସେ ଗୋଟା ହେଉ କି ଗୁଣ୍ଡ ହେଉ ତେଲରେ ଫ୍ରାଏ କରିବା ଅନୁଚିତ l ଯଦି ଆପଣ କୌଣସି ଜିନିଷକୁ ପରଝା କରୁଛନ୍ତି ତେବେ ତେଲ ସାଙ୍ଗରେ ଶୁଖିଲା ଲଙ୍କା, ତେଜ ପତ୍ର କିମ୍ବା ଶୁଖିଲା ଫଳ ଆଦିକୁ ଫ୍ରାଏ କରିବେ ନାହିଁ l ଏହା ଦ୍ୱାରା ଆମକୁ ଏସିଡିଟି ହୋଇଥାଏ l ମନେରଖିବ ଯେ କୌଣସି ଖାଦ୍ୟରେ ତେଜପତ୍ରକୁ ବିନା ଫ୍ରାଏ କରି ସିଝାଇ ପକେଇଲେ ଉକ୍ତ ଖାଦ୍ୟରେ ଅନେକ ଜରୁରୀ ତତ୍ତ୍ୱ ଆସିଥାଏ ଯାହାକି ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ l ଭୃସଙ୍ଗପତ୍ର, ଧନିଆ ପତ୍ର, ପୁଦିନା ପତ୍ର ଆଦି ପତ୍ର ମଧ୍ୟ ତେଜପତ୍ର ଭଳିଆ ବହୁତ ଗୁଣକାରୀ l ଏସବୁ ଆମର ଯକୃତର ହଜାମଶକ୍ତିକୁ ମଜବୁତ କରିବା ପାଇଁ ବଳ ପ୍ରଦାନ କରିଥାନ୍ତି l


ଖାଦ୍ୟ ରୋଷେଇ ବେଳେ ହିଙ୍ଗୁ ମଧ୍ୟ ପକାନ୍ତୁ ଏହା ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହିତ ଆମର ପାଚନ ତନ୍ତ୍ରକୁ ମଜବୁତ କରିଥାଏ l ରୋଷେଇ ଘର ସେଇଠି କରନ୍ତୁ ଯେଉଁଠି ପର୍ଯ୍ୟାପ୍ତ ପରିମାଣରେ ପବନ ଓ ସୂର୍ଯ୍ୟାଲୋକ ଆସୁଥିବ l


👉 ଏମିତି ଖାଦ୍ୟ ବିଷ ତୁଲ୍ୟ ଯାହା ଫ୍ରିଜ ରୁ ଅଣାଯାଇ ଗରମ କରି ଖିଆଯାଏ l


👉 ଭୁଲରେ ମଧ୍ୟ ଶୁଖିଲା ଫଳ ଯେମିତିକି କାଜୁ, ବାଦାମ, ଅଖରୋଡ଼, ଶୁଖିଲା ଚଣାକୁ ଫ୍ରାଏ କରି ଓ ସେଥିରେ ଲୁଣ ଲଗାଇ ଖାଇବେ ନାହିଁ l ଏହା ଆମର ହାର୍ଟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ l ପିଲାମାନେ ଏଭଳି ଖାଦ୍ୟ ଖୁବ ଖାଆନ୍ତି ତେଣୁ ତାଙ୍କୁ ମନା କରନ୍ତୁ l




ଆଜିର ଆଈମା ସ୍ୱାସ୍ଥ୍ୟ କଥା ଯଦି ଆପଣଙ୍କୁ ଭଲ ଲାଗିଥାଏ ନିଶ୍ଚିତ ଏହାକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇଦେବେ l


🙏 *ଜୟ ଜଗନ୍ନାଥ* 🙏

Post a Comment

0 Comments