କଷ୍ଟି ଡାକୁଆ ସାଂସ୍କୃତିକ ମଂଚ
କଷ୍ଟି ଡାକୁଆ ସାଂସ୍କୃତିକ ମଂଚରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବାର ନିୟମାବଳୀ
୧) କଳାକାର ମନୋନୀତ ପାଇଁ ହେବାକୁ ଥିବା ଅଡିସନରେ ନିର୍ଦ୍ଧାରିତ ସମୟରେ ( ତା ୧୭ , ୧୯, ୨୧ ଏବଂ ୨୪ ରିଖ ) ଅଡିସନ କେନ୍ଦ୍ରରେ ପହଂଚି କଳାକାରଙ୍କ ନାମ ପଂଜିକୃତ ( ନିଶୁଳ୍କ ) କରି ଅଡିସନରେ ଭାଗ ନେଇପାରିବେ ।
୨) କଳାକାର ଗୀତ / ନାଚ ମଂଚରେ ପ୍ରଦର୍ଶନ କରିବେ ତାହାର କିଛି ଅଂଶ ଅଡିସନ ଦିନ ପ୍ରଦର୍ଶନ କରିବେ । ସେଥିପାଇଁ ଆବଶ୍ୟକ ସରଞାମ ନିଜ ସାଥିରେ ଆଣିବେ ।
୩) କଳାକାର ପ୍ରଦର୍ଶନ କରିଥିବା ନାଚ / ଗୀତ କିମ୍ବା ଅନ୍ୟ କିଛି ସାଂସ୍କୃତିକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଚାରକ ମଣ୍ଡଳୀର ହୃଦ୍ବୋଧ ହେଲେ କଳାକାରମାନଙ୍କୁ ସ୍ୱୀକୃତି ପତ୍ର ପ୍ରଦାନ କରାଯିବ । ସେହି ସ୍ୱୀକୃତି ପତ୍ରକୁ ମହୋତ୍ସବ ମଂଚକୁ ଆସିବା ଦିନ ନିଜ ସାଥିରେ ଆଣିବେ ।
୪) ମହୋତ୍ସବ ଦିନ ମଧ୍ୟରୁ କେଉଁ ଜୋନର କଳାକାରଙ୍କୁ କେଉଁ ଦିନ କେଉଁ ସମୟରେ ମଂଚରେ କଳା ପ୍ରଦର୍ଶନ କରିବାକୁ ହେବ ତାହା ମହୋତ୍ସବ ସାଂସ୍କୃତିକ କମିଟ ନିଷ୍ପତି ନେଇ କଳାକାରଙ୍କୁ ଜଣାଇବେ ।
୫) କଳାକାରମାନେ ନିର୍ଦ୍ଧାରିତ ଦିନ ଏବଂ ସମୟ ପୂର୍ବରୁ ସାଂସ୍କୃତିକ କାର୍ଯ୍ୟାଳୟରେ ନିଜର ଉପସ୍ଥିତି ଦର୍ଶାଇ, ପୂର୍ବରୁ ପ୍ରାପ୍ତ ସ୍ୱୀକୃତି ପତ୍ର ଓ ଗୀତ ( ପ୍ରଦର୍ଶନ କରିବାକୁ ଥିବା ନୃତ୍ୟର) ଦାଖଲ କରିବେ ।
୬) କଳାକାର ନିଜ ସାଥିରେ ନିଜର ଆବଶ୍ୟକୀୟ କଷ୍ଟ୍ୟୁମ , ମେକ୍ଅପ୍ ସାମଗ୍ରୀ ନିଜ ସାଥିରେ ଆଣିବେ ।
୭) କଳାକାରମାନଙ୍କ ପାଇଁ ମହୋତ୍ସବ ତରଫରୁ ଭୋଜନର ବ୍ୟବସ୍ଥା କରାଯିବ ।
୮) ପଂଚୁପାଣ୍ଡବ ମହୋତ୍ସବର କଷ୍ଟି ଡାକୁଆ ସାଂସ୍କୃତିକ ମଂଚରେ ଲୋକନୃତ୍ୟ ( ଦଣ୍ଡ , ଦାସକାଠିଆ , ଘୁଡୁକି , ପାଲା , କେନ୍ଦେରା , ପାରମ୍ପରିକ ନୃତ୍ୟ ) ଟ୍ରାକ୍ ସଙ୍ଗ୍ , ଗ୍ରୁପ୍ ଡ୍ୟାନ୍ସ , ସିଙ୍ଗଲ ଡ୍ୟାନ୍ସ , ଆଦିକୁ ସୁଯୋଗ ଦିଆଯିବ ।
୯) ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କ ଚିତାଝୋଟି , ମ୍ୟୁଜିକ ଚେୟାର, ହୂଲହୁଳି ଆଦି ପ୍ରତିଯୋଗିତା କରାଯିବ । ଅଡିସନରେ ପ୍ରଥମ ସ୍ଥାନ ଅଧିକାର କରିଥରବା ମହିଳାଙ୍କୁ ମହୋତ୍ସବ କାର୍ଯ୍ୟକ୍ରମରେ ସାମିଲ କରାଯିବ ।
୧୦) ନିର୍ଦ୍ଧାରିତ ସମୟରେ ସାଂସ୍କୃତିକ କାର୍ଯ୍ୟାଳୟରେ ପହଂଚି ସ୍ୱୀକୃତି ପତ୍ର ଦାଖଲ ନ କଲେ ମଂଚରେ କଳା ପ୍ରଦର୍ଶନ କରିବା ସୁଯୋଗରୁ ବଂଚିତ ହେବେ ।
ଯୋଗାଯୋଗ - ମଦନ ମୋହନ ପ୍ରଧାନ ୯୭୭୭୨୪୦୫୩୯
ଧନେଶ୍ୱର ସାହୁ ୯୯୩୭୪୪୮୧୧୦
0 Comments