ବାଲ୍ୟବିବାହ ମୁକ୍ତ ପାଇଁ କୁଞ୍ଜବନ ଗଡ ସେକ୍ଟର ଅଙ୍ଗନାୱାଡ଼ି କର୍ମୀ ଙ୍କୁ ନେଇ ଆଲୋଚନା

 


ସେଣ୍ଟର ଫର କାଟାଲାଇଜୀଙ୍ଗି ଚେଞ୍ଜ (C3) ଆନୁକୁଲ୍ୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ସ୍ଥିତ ଶିଶୁ ବିକାଶ ପ୍ରକଳ୍ପ ସଭାଗୃହ ଠାରେ ଦିନିକିଆ ଅଙ୍ଗନାୱାଡ଼ି କର୍ମୀ ମାନଙ୍କୁ ନେଇ ୭ଜାନୁୟାରୀ ଶନିବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟଅତିଥି ଭାବେ ଦଶପଲ୍ଲା ବ୍ଲକ ଅଧକ୍ଷା ଶ୍ରୀମତୀ ସୁନନ୍ଦା ସାହୁ ଯୋଗଦେଇଥିବା ବେଳେ  ସମ୍ମାନିତ ଅତିଥି ଭାବେ ସ୍ୱାଗତିକା ସାଗର ତନୟ, ରେଖାଞ୍ଜଳି କହଁର ଓ ପ୍ରଭାକର ଦାସ ଯୋଗଦେଇଥିଲେ । ବୈଠକ ରେ  ବାଲ୍ୟ ବିବାହ ର କାରଣ ଓ ନିରାକରଣ, ବାଲ୍ୟବିହାର ର କୂପରିଣାମ, ଆଇନ ଦ୍ୱାରା ପ୍ରଣୀତ ଦଣ୍ଡ ବିଧାନ ସହିତ ଗ୍ରାମାଞ୍ଚଳରେ ହେଉଥିବା ବାଲ୍ୟବିବାହ କୁ ରୋକିବା ଦିଗରେ ପିଲା ଟିଏ ସଚେତନ ହେବା ପ୍ରଥମେ ଆବଶ୍ୟକ କୁ ଗୁରୁତ୍ୱ ଦେବା ସହିତ ଅଙ୍ଗନାୱାଡ଼ି କର୍ମୀ ଙ୍କ  ଭୂମିକା ଓ ସି ୩ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରି ଯଥା ଶୀଘ୍ର ଦଶପଲ୍ଲା ଅଞ୍ଚଳକୁ କୁ ବଲ୍ୟବିହା ମୁକ୍ତ କରିବା ପାଇଁ ଆଲୋଚନା ରଖିଥିଲେ।  ଉକ୍ତ ବୈଠକରେ  ୪୦ ଜଣ କର୍ମୀ

ଯୋଗଦେଇଥିବା ବେଳେ ୪ ଜଣ ବ୍ଲକ୍ କର୍ମଚାରୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଟିକୁ C3 ଜିଲ୍ଲା ସଂଯୋଜକ ସୁବ୍ରତ କୁମାର ବିଶୋଇ ଆୟୋଜନ କରିଥିବା ବେଳେ ସହୋଜୋଗି  ନିକି ପ୍ରଧାନ, ସୁଭାଶିଷ ମିଶ୍ର , ପ୍ରସନ୍ନବାଘସିଂ,ପ୍ରିୟଙ୍କା ବରାଡ, ଚିନୁମୟ ପ୍ରଧାନ,ସ୍ୱାତିରେଖା ଦାସ, କାର୍ଯ୍ୟକ୍ରମ କୁ ସୂଚାରରୂପେ ସମ୍ପାଦନା କରିଥିଲେ। ଗ୍ରାମାଞ୍ଚଳ ରେ ପ୍ରତେକ ପିଲା ଙ୍କ ପାଖରେ ସଚେତନ ତା ର ବାର୍ତ୍ତା ପହଞ୍ଚାଇବା ପାଇଁ ଅଙ୍ଗନୱାଡ଼ି କର୍ମୀ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବୋଲି ମତ ପ୍ରକାଶ କରିଥିଲେ। ପରିଶେଷରେ ସମସ୍ତେ ଦଶପଲ୍ଲା ଅଞ୍ଚଳ କୁ ବାଲ୍ୟ ବିବାହ ମୁକ୍ତ ଅଞ୍ଚଳ କରିବା ପାଇଁ ଶପଥ ଗ୍ରହଣ କରିଥିଲେ।

Post a Comment

0 Comments