ନୂଆଗାଁ ବ୍ଲକ ପରିସରରେ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ.

 


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ହେବାକୁ ନେଇ ବ୍ଲକ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି.ବ୍ଲକ ଅଧକ୍ଷା ଲଷ୍ମୀପ୍ରିୟା ବେହେରା, ବିଡ଼ିଓ ପ୍ରମୋଦ କୁମାର ନାୟକ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା. ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ. ନିଦ୍ଧାରିତ ହୋଇଥିବା କାର୍ଯ୍ୟ ସୂଚୀ ଅନୁସାରେ ଜାନୁଆରୀ 26ତାରିଖ ଦିନ ସକାଳ 5ଘଣ୍ଟା 30ମିନିଟ ସମୟରେ ପ୍ରଭାତ ଫେରି ଓ ରାମଧୁନ କରାଯିବ. ୯ ଘଟିକା ସମୟରେ ତ୍ରିରଙ୍ଗା ପତାକା ଉତୋଳନ କରାଯିବ. ହେବାକୁ ଥିବା ପ୍ୟାରେଟ ର ଜଜ ଭାବରେ ନୂଆଗାଁ ବ୍ଲକ ବିଡିଓ, ନୂଆଗାଁ ଥାନା ଅଧିକାରୀ, ଅଗ୍ନିଶମ ଅଧିକାରୀ ଯୋଗଦେବେ. ଠିକ ସେହିପରି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ହେବାକୁ ଥିବା ପ୍ରତିଯୋଗୀତା ମଧ୍ୟ କରାଯିବ. ଯାହାକି ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି. ସେମାନଙ୍କ ମଧ୍ୟରେ ଉପକନିଷ୍ଠ,କନିଷ୍ଠ, ବରିଷ୍ଠ ବର୍ଗଙ୍କ ମଧ୍ୟରେ ପ୍ରତିଯୋଗୀତା ହେବ ସୂଚନା ମିଳିଅଛି.

Post a Comment

0 Comments