ଓଡ଼ଗାଁ ଏନଏସି ଆଖୁପଦରଠାରେ ସ୍ଥାପିତ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରଥମ ବାର୍ଷିକୋତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ଅଧ୍ୟକ୍ଷ ମନୋଜ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ମୁଖ୍ୟ ବକ୍ତାଭାବେ ଓଡ଼ଗାଁ କଲେଜ ଅଧ୍ୟକ୍ଷ ରାଜକିଶୋର ସାହୁ ଓ ସମ୍ମାନିତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଭୁ ପ୍ରସାଦ ସାହୁ, କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।ବିଧାୟକ ଡ଼ ସାହୁ ଆଦର୍ଶ ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରିବା ସହ ରାଜ୍ୟ ସରକାରଙ୍କ ଦ୍ଵାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ।
ନୂତନ ଛାତ୍ରୀ ନିବାସ ଗୃହ ନିର୍ମାଣ ନିମନ୍ତେ ୩ କୋଟି ଅର୍ଥରାଶି ମଞ୍ଜୁର ହୋଇଛି।ଯଦ୍ଦ୍ୱାରା ବହୁ ଦୂରଦୂରାନ୍ତରୁ ଆସୁଥିବା ମେଧାବୀ ଛାତ୍ରୀ ଏଠାରେ ରହି ଅଧ୍ୟୟନର ସୁବିଧା ପାଇପାରିବେ।ଅଭିଭାବକମାନେ ପିଲାମାନଙ୍କ ଶିକ୍ଷଣ ପ୍ରକ୍ରିୟା ସମ୍ପର୍କରେ ସଚେତନ ହେବା ଆବଶ୍ୟକ।ମାଆ-ବାପାଙ୍କ ପରେ ଶିକ୍ଷକ ହେଉଛନ୍ତି ଶ୍ରେଷ୍ଠ ମଣିଷ।ଶିକ୍ଷକ-ଅଭିଭାବକମାନଙ୍କ ମଧ୍ୟରେ ମତ ବିନିମୟ ହେବା ଦ୍ୱାରା ପିଲାମାନଙ୍କର ଚରମ ଉନ୍ନତି ହେବ।ଆଦର୍ଶ ବିଦ୍ୟାଳୟ ଶିକ୍ଷାକ୍ଷେତ୍ରରେ ନୟାଗଡ଼ ଜିଲ୍ଲାର ନୋତର ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଛି।ଯାହା କି ଆମ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ।ତତସହିତ ବର୍ତ୍ତମାନ ସମାଜରେ ସାମୁହିକ ଚେତନା ଶେଷ ହୋଇଥିବାବେଳେ ଲୋକେ ସ୍ୱାର୍ଥକୈନ୍ଦ୍ରୀକ ହୋଇଯାଉଛନ୍ତି।ତେଣୁ ପଢ଼ା ସହିତ ପିଲାମାନେ ଶାରିରୀକ ଖେଳକୁଦରେ ସମୟ ଅତିବାହିତ କରିବା ଦରକାର ବୋଲି ମତ ପ୍ରକାଶ କରିଥିଲେ।ଛାତ୍ରଛାତ୍ରୀମାନେ ଚରିତ୍ରବାନ ହେବା ଆବଶ୍ୟକ।ଜୀବନକୁ ସାମଗ୍ରୀକ ଭାବେ ବଞ୍ଚିବା ଶିଖିବା ସହ ସକାରାତ୍ମକ ଚିନ୍ତାଧାରା ସହ ଅଧ୍ୟୟନରେ ମନୋନିବେଶ କରିବା ଉଚିତ ବୋଲି ମୁଖ୍ୟବକ୍ତା ଅଧ୍ୟକ୍ଷ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ।ବିଧାୟକଙ୍କ ପ୍ରଚେଷ୍ଟାରେ ଛାତ୍ରଛାତ୍ରୀମାନଙ୍କ ପାନୀୟଜଳ ସମସ୍ୟା ଦୁରିଭୁତ ହୋଇଛି।ପ୍ରତ୍ୟେକ ଅନୁଷ୍ଠାନକୁ ନିଜର ଭାବିବା ଉଚିତ।
ଓଡ଼ଗାଁ ସହରକୁ ବୁଢାବୁଢ଼ୀଆଣି ଡ୍ୟାମରୁ ଆସୁଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଖୁବ ଶ୍ରୀଘ ଆଦର୍ଶ ବିଦ୍ୟାଳୟକୁ ସଂଯୋଗ କରାଯିବ ବୋଲି ବ୍ଲକ ଅଧ୍ୟକ୍ଷ କହିଥିଲେ।ନିଷ୍ଠା ଓ ଚେଷ୍ଟା ଦ୍ୱାରା ପ୍ରଗତି ସମ୍ଭବ।ପିଲାମାନେ ସମୟାନୁବର୍ତ୍ତିତା ଗୁଣ ବିଧାୟକଙ୍କ ଶିଖିବା ଦରକାର ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ପ୍ରତିଭୂମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରିବା ସହ ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା।ଶିକ୍ଷକ ନରୋତ୍ତମ ପାତ୍ର,ବିବେକାନନ୍ଦ ସ୍ୱାଇଁ,ବଂଶୀଧର ଷଡଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
0 Comments