ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ର 22ଗୋଟି ପଞ୍ଚାୟତ ରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଚାଲିଥିବା ଅନିୟମିତତା ବାବଦରେ ଅଭିଯୋଗ କରିବା ପାଇଁ ମଙ୍ଗଳବାର ଦିନ ହିତାଧିକାରୀ ବିଡ଼ିଓ ଙ୍କ ଦ୍ୱାରସ୍ତ ହୋଇଥିଲେ | ବିଡ଼ିଓ ଙ୍କ କଦର୍ଯ୍ୟ ବ୍ୟବହାରେ ହିତାଧିକାରୀ ଓ ବିଡ଼ିଓଙ୍କ ମଧ୍ୟରେ ତୁତୁମେଁମେ ହୋଇଥିଲା.ଅଭିଯୋଗ ଶୁଣିବା ବଦଳ ରେ ରାଗି ଯାଇ ଅଭିଯୋଗକାରୀ ମାନଙ୍କୁ ନାଲି ଆଖି ଦେଖାଇ ଥିଲେ | ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି | ଏହାକୁ ନେଇ ବିଭିନ୍ନ ମହଲ ରେ ନିନ୍ଦା କରାଯାଇଛି |
ସୂଚନା ଅନୁସାରେ ନୂଆଗାଁ ବ୍ଲକ ରେ ଚାହାଳୀ, ଦୂରଦୁରା ଓ ଢେଙ୍କଣା ପଞ୍ଚାୟତ ରେ ବହୁ ମହିଳା, ପୁରୁଷ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ କରିବାକୁ ନୂଆଗାଁ ବିଡ଼ିଓ ଙ୍କ ପ୍ରକୋଷ୍ଟ କୁ ଯାଇଥିଲେ | ତାଲିକା ରେ ନାଁ ରହିଥିବା ବେଳେ ପରବର୍ତୀ ସମୟ ରେ ନାଁ କିପରି କାଟୁଛି, ଅଯୋଗ୍ୟ ହିତାଧିକାରୀ କେମିତି ଘର ପାଉଛନ୍ତି ବୋଲି ଲୋକମାନେ ପ୍ରଶ୍ନ କରିଥିଲେ ଯଦି ଆମ କଥା ବୁଝା ନଯାଏ ତେବେ ଆମେ ରାସ୍ତା ରେ ବସିବୁ ବୋଲି ଅଭିଯୋଗକାରୀ କହିଥିଲେ | ହେଲେ ଅଭିଯୋଗ ଶୁଣିବା ପରେ ହଠାତ ବିଡ଼ିଓ ରାଗି ବଢ଼ି ଯାଇଥିଲା ଫଳରେ ଅଭିଯୋଗ କାରୀ ଙ୍କୁ ରାସ୍ତା ରେ ବସ ବୋଲି କହି ନାଲି ଆଖି ଦେଖାଇଥିଲେ ହେଲେ ବିଡ଼ିଓ ଙ୍କ ନାଲି ଆଖିକୁ ଖାତିର ନକରି ଅଭିଯୋଗ କାରୀ ମାନେ ସେମାନ ଙ୍କ ହକ ପାଇଁ ସ୍ୱର ଉଠାଇଥିଲେ | ଫଳ ରେ କିଛି ସମୟ ଧରି ବିଡ଼ିଓ ଙ୍କ ପ୍ରକୋଷ୍ଟ ପାଟି ତୁଣ୍ଡ ରେ ଫାଟି ପଡିଥିଲା | ପରେ ଏସବୁ ଘଟଣା କୁ ମୋବାଇଲ ମାଧ୍ୟମ ରେ ଚିତ୍ର ଉତୋଳନ କରୁଥିବା ଦେଖି ତାଙ୍କ ହାତ ରୁ ମୋବାଇଲ ଛଡାଇ ନେବାକୁ ଚେଷ୍ଟା କରିଥିଲେ | ତେବେ ସବୁଠାରୁ ଆଶ୍ଚର୍ଯ୍ୟ ର କଥା ଅଭିଯୋଗକାରୀମାନେ ଅଭିଯୋଗ କରୁଥିବା ସମୟ ରେ ବିଡ଼ିଓ ଙ୍କ ପ୍ରକୋଷ୍ଟ ରେ କିଛି ସରପଞ୍ଚ ଉପସ୍ଥିତ ଥିଲେ ବି ଜନସାଧାରଣ ଙ୍କ ପାଇଁ ଜନପ୍ରତିନିଧି ମାନଙ୍କ ମଧ୍ୟରୁ କେହି ଜଣେ ବି ମୁଁହ ଖୋଳିନଥିଲେ କିନ୍ତୁ ପରବର୍ତୀ ସମୟ ରେ ଏସବୁ ଘଟଣା କୁ ନିନ୍ଦା କରିଥିଲେ |
0 Comments