ଆସନ୍ତାକାଲି ମକର ସଂକ୍ରାନ୍ତି ପୁଣ୍ୟ ତିଥି. ଆସନ୍ତା କାଲି ଠାରୁ ସୂର୍ଯ୍ୟ ଦେବଙ୍କର ଉତ୍ତରାୟଣ ଉର୍ଦ୍ଧ୍ୱ ମୁଖି ଗତି ହେତୁ ଋତୁ ଶ୍ରେଷ୍ଠ *ବସନ୍ତ* ପ୍ରାରମ୍ଭ ହେବ ଏବଂ ଏହି ପବିତ୍ର ଦିନ ଠାରୁ ଦିନ ବଡ଼ ଓ ଉତପ୍ତ ହେବା ଆରମ୍ଭ କରିବ.
ପୌରାଣିକ ପରମ୍ପରା ଅନୁସାରେ ସଜ ଫସଲ ଅମଳ ନିମନ୍ତେ ଏହା ଅତ୍ୟନ୍ତ ଶୁଭ ଦିନ. ଚାଷୀ ମାନେ ଏହି ଦିନ ନିଜ ନିଜ ର ନୂତନ ଫସଲ ଅମଳ କରି *ମକର ଚାଉଳ* ନାମକ ଏକ ସ୍ୱତନ୍ତ୍ର ପ୍ରସାଦ ( ନୂତନ ଚାଉଳ, କଦଳୀ, ନଡ଼ିଆ, ଗୁଡ଼, ରାଶୀ, ରସଗୋଲା, ଖଇ, ଛେନା ପୋଡ଼ ) ପ୍ରସ୍ତୁତ କରି ଦେବା ଦେବୀ ଙ୍କ ନିକଟ ରେ ନୈବେଦ୍ୟ ଲଗାନ୍ତି.
କିମ୍ବଦନ୍ତୀ ଅନୁଯାଇ ଏହି ପୁଣ୍ୟ ତିଥି ରେ ଶ୍ରଦ୍ଧାଳୁ ମାନେ ପ୍ରାତଃ କାଳେ ନଦୀ ତୁଠ ରେ ବୁଡ଼ ପକାଇ ସୂର୍ଯ୍ୟ ଦେବ ଙ୍କୁ ଜଳ ଅର୍ପଣ କରନ୍ତି. ଓଡ଼ିଶା ର ପ୍ରମୁଖ ସୂର୍ଯ୍ୟ ମନ୍ଦିର ମାନଙ୍କ ରେ ଏହି ପର୍ବ ଊସ୍ଛବ ମୁଖର ହୋଇ ଉଠେ ତଥା ମକର ମେଳା ଅନୁଷ୍ଠିତ କରା ଯାଇଥାଏ ( କୋଣାର୍କ ର ସୂର୍ଯ୍ୟ ମନ୍ଦିର, ଧବଳେଶ୍ୱର, ଅଟ୍ରି ଖୋର୍ଦ୍ଧାରେ ହଟକେଶ୍ୱର, ବାଲେଶ୍ୱର ର ମକର ମୁନି ମନ୍ଦିର ଇତ୍ୟାଦି )
*ପଶ୍ଚିମ ଓଡ଼ିଶା* ରେ ଏହି ଦିନ ବନ୍ଧୁତ୍ୱ ର ଏକ ଅଭୂତପୂର୍ବ ଆକର୍ଷଣୀୟ ମିଳନ ଦେଖିବାକୁ ମିଳେ. ଦୁଇ ପୁରୁଷ ବନ୍ଧୁ ପରସ୍ପର ବନ୍ଧୁତ୍ୱ ର ବନ୍ଧନ ରେ ଆବଦ୍ଧ ହୋଇ ପରସ୍ପର ହାତରେ ମିତ୍ରତା ର ସାକ୍ଷ ସ୍ୱରୂପ ଘଟ ସୂତ୍ର ବାନ୍ଧି ମକର ଚାଉଳ କିମ୍ବା ମହାପ୍ରସାଦ ଖୁଆଇ ଏହି ଦିନ ଠାରୁ ପରସ୍ପର ର ନାମ ଧରି ଉଚାରଣ ନକରି *ମହର୍ଷଦ* ନାମେ ସମ୍ବୋଧନ କରନ୍ତି. ଠିକ ସେହି ପରି ଦୁଇ ମହିଳା ମିତ୍ର ପରସ୍ପରକୁ *ମକର* ନାମେ ସମ୍ବୋଧନ କରନ୍ତି.
ପବିତ୍ର ମକର ସଂକ୍ରାନ୍ତି ର ଶୁଭ ଦିନ ରେ ସମସ୍ତ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ହାର୍ଦିକ ଅଭି ନନ୍ଦନ ଏବଂ ଶୁଭେସ୍ଛା.
ଜୟ ଜଗନ୍ନାଥ.
ଆପଣଙ୍କର ଶ୍ରଧେୟ *ମକର*
ଚିନ୍ମୟ ପ୍ରଧାନ
ସମ୍ପାଦକ ପ୍ରତୀକ୍ଷା.
0 Comments