ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନର ଖେଳ ଶେଷ ହୋଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ହରାଇ ୨୭୮ ରନ୍ ସଂଗ୍ରହ କରିଛି। ଯେଉଁଥିରେ ଚେତେଶ୍ୱର ପୂଜାରା ୯୦ ରନ୍ର ପାଳି ଖେଳିଥିଲେ। ତେବେ ବର୍ତ୍ତମାନ ଶ୍ରେୟସ୍ ଆୟର ୮୨ ରନ୍ କରି ଅପରାଜିତ ରହିଛନ୍ତି। ଦିନର ଶେଷ ବଲ୍ରେ ଭାରତ ଅକ୍ଷର ପଟେଲଙ୍କ ୱିକେଟ୍ ହରାଇଥିଲା। ବାଂଲାଦେଶ ପାଇଁ ତେଜୁଲ୍ ଇସ୍ଲାମ୍ ତିନୋଟି ୱିକେଟ୍ ନେଇଥିଲା ବେଳେ ମେହେଦୀ ହାସନ ମୀରାଜ ଦୁଇଟି ସଫଳତା ପାଇଥିଲେ।

ଏହାପୁର୍ବରୁ ଆଜି ଭାରତର ଅଧିନାୟକ କେ.ଏଲ ରାହୁଲ ଟସ୍ ବିଜୟ କରି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ଭାରତର ନୀୟମିତ ଅଧିନାୟକ ବର୍ତ୍ତମାନ ଆହତ କାରଣରୁ ଦଳରୁ ବାଦ୍ ପଡ଼ିଛନ୍ତି । ବାଂଲାଦେଶ ବିପକ୍ଷ ଟେଷ୍ଟ୍ ସିରିଜ ବାରତ ପାଇଁ ବେଶ ଗୁରୁତ୍ୱପୁର୍ଣ୍ଣ । ବିଶ୍ୱ ଟେଷ୍ଟ ଚାମ୍ପିୟନସୀପରେ ଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ବାଂଲାଦେଶ ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ୍ ଜିତିବାକୁ ହେବ ।
0 Comments