କିଛି ଦିନ ହେବ କିଛି ବଣୁଆ ହାତୀ ଜଙ୍ଗଲରୁ ଗ୍ରାମାଞ୍ଚଳ ମୁହାଁ ହେବାର କେତେକାଂଶ ରେ ଲୋକ ଭୟ ଭିତ ଅବସ୍ଥାରେ ଥିବା ବେଳେ ବିଶେଷ କରି ବାହାଡ଼ାଝୋଲା ଫରେଷ୍ଟ ସନାତନ ସ୍ବାଇଁ ବିଭାଗୀୟ କର୍ମଚାରୀ ମାନଙ୍କୁ ନେଇ ଏଥିପ୍ରତି ଦୃଷ୍ଟି ରଖି ଆସୁଛନ୍ତି ଯେ କିଭଳି ଜନସାଧାରଣ ଏବଂ ହାତୀଙ୍କର କ୍ଷତି ଘଟେ।ସେଥିପାଇଁ ଦିନ ରାତି ମଧ୍ୟ ଜଗାରଖା କରି ଆସୁଥିବା ବେଳେ ଗତ ଗୁରୁବାର ରାତ୍ର ୧୧ଟା ସମୟରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ପଞ୍ଚାୟତର କାଲିଆମ୍ବା ନିକଟ ଡାଳଖାଇ ଠାକୁ ରାଣୀ ଠାରେ ଥିବା ଭାଗିରଥି ସାହୁଙ୍କ ଫାର୍ମ ଭିତରେ ଦନ୍ତା ହାତୀ ପ୍ରବେଶ କରି କିଛି ଫସଲ ନଷ୍ଟ କରିବା ଦୃଶ୍ୟ ଅତି ନିକଟରେ ହାତୀକୁ ସ୍ଥାନୀୟ ଲୋକ ଦେଖି ଭୟବିତରେ ଅଞ୍ଚଳ ବାସି।ଏଭଳି ଗ୍ରାମାଞ୍ଚଳକୁ ହାତୀର ପ୍ରବେଶକୁ ଦେଖି ଏବେ ଚିନ୍ତାରେ ବାହାଡ଼ାଝୋଲା ବାସି ।ସେମିତି ବିଶେଷ କ୍ଷୟ କ୍ଷତି ନ ଘଟିଥିଲେ ମଧ୍ୟ ଯେହେତୁ ଜନବସତି ଅଞ୍ଚଳକୁ ହାତୀପଲ ଆସିଲେନି ଆଗାମୀ ଦିନରେ ଧନ ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ଅଞ୍ଚଳ ବାସି। ପ୍ରଶାସନ ଏଥିପ୍ରତି ବିଶେଷ ଦୃଷ୍ଟି ଦେବାପାଇଁ ଅଞ୍ଚଳ ବାସୀଙ୍କ ଅନୁରୋଧ।
0 Comments