ବନ୍ଧୁଗଣ ବର୍ତମାନ ଅନେକ ବ୍ୟକ୍ତି ଗ୍ୟାସ ରୋଗରେ ପୀଡିତ ରହୁଛନ୍ତି, ଏହି ଗ୍ୟାସ ଜନିତ ସମସ୍ୟା ବହୁତ ମାରାତ୍ମକ ଅଟେ |ଅଧିକାଂଶ ଲୋକ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି |ବ୍ୟକ୍ତିକୁ ଗ୍ୟାସ ଜନିତ ସମସ୍ୟା ଥିଲେ ସେ ସବୁ ସମୟରେ ଟେନସନରେ ରହିଥାଏ, ସେ କଣ ଖାଇବେ କଣ ଖାଇବେ ନାହିଁ ଏବଂ କଣ କଲେ ତାଙ୍କର ଏହି ସମସ୍ୟା ଦୂର ହୋଇଯିବ ସେ ବିଷୟରେ ଚିନ୍ତା କରିଥାନ୍ତି |ଗ୍ୟାସ ସମସ୍ୟା ଥିଲେ ବ୍ୟକ୍ତି ଅନେକ ମେଡ଼ିସିନ ମଧ୍ୟ୍ୟ ବ୍ୟବହାର କରିଥାଏ ମାତ୍ର ତାହା ଦ୍ଵାରା କୌଣସି ଉପକାର ମିଳିନଥାଏ |ଗ୍ୟାସ ଜନିତ ସମସ୍ୟାରେ ପୀଡିତ ବ୍ୟକ୍ତି ପ୍ରଥମେ ନିଜର ଖାଦ୍ୟ ଖାଇବା ରୁଟିନ ପ୍ରସ୍ତୁତ କରିବା ଉଚିତ |ମୁଁ ଆଜି ଆପଣକୁ ଗ୍ୟାସ ରୋଗରେ ପୀଡିତ ବ୍ୟକ୍ତି କଉଁ ଖାଦ୍ୟ ଖାଇବେ ଏବଂ କଣ ଖାଇବେ ନାହିଁ ସେ ବିଷୟରେ ଜଣେଇବି |ଯାହାଦ୍ଵାରା ତାଙ୍କର ଏହି ସମସ୍ୟା ଅଧିକ ହେବ ନାହିଁ ତେବେ ଆସନ୍ତୁ ଜାଣିବା ଏହି ଖାଦ୍ୟ ଗୁଡିକ ବିଷୟରେ |
ଗ୍ୟାସ ରୋଗୀ କଣ ଖାଇବେ :-
ଗ୍ୟାସ ଜନିତ ସମସ୍ୟାରେ ପୀଡିତ ଥିବା ବ୍ୟକ୍ତି କେବେ ଉପବାସ କରନ୍ତୁ ନାହିଁ, କି ଆପଣ କେବେ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ | କାରଣ ଆପଣ ଅଧିକ ଖାଦ୍ୟ ଖାଇବା ଦ୍ଵାରା ଏହା ଭଲରେ ଡ଼ାଇଜେସନ ହୋଇପାରେ ନାହିଁ ତେଣୁ ଏହା ଗ୍ୟାସର କାରଣ ହୋଇଯାଏ |ଆପଣ ଅଧିକ ପାଣି ପିଅନ୍ତୁ ଯାହାଦ୍ୱାରା ଆପଣଙ୍କ ଏସିଡ ହେବା କମିଯାଏ |ଆପଣ ପ୍ରତ୍ୟେକ ଦିନ ସକାଳ ଅଳକାଲାଇନ ଜାତୀୟ ଖାଦ୍ୟ ଖାଆନ୍ତୁ, ଭୁଲରେ ଓଏଲି ଫୁଡ ଖାଆନ୍ତୁ ନାହିଁ |ସକାଳ କଞ୍ଚାଗଜା ମୁଗ, ବୁଟ, ଛତୁଆ, ଚୁଡା ଆଦି ଖାଇଲେ ସ୍ୱାସ୍ଥ୍ୟ ଭଲ ରହିଥାଏ |ଆପଣ ବ୍ରେକଫାଷ୍ଟର ଚାରି ଘଣ୍ଟା ପରେ ଲେମ୍ବୁପାଣି କିମ୍ବା ପଇଡ଼ ପାଣି ପିଅନ୍ତୁ ଏହା ସହିତ ଲଞ୍ଚ ଆପଣ ହେବି ଫୁଡ କରନ୍ତୁ ଏବଂ ରାତ୍ରି ସମୟରେ ଆପଣ ଲାଇଟ ଖାଦ୍ୟ ଖାଆନ୍ତୁ କାରଣ ଏହି ସମୟରେ ଖାଦ୍ୟ ହଜମ ଭଲ ହୋଇନଥାଏ |
ଗ୍ୟାସ ରୋଗୀ କଣ ଖାଇବେ ନାହିଁ :-
ଗ୍ୟାସ ହେବାର ଅଧିକ କାରଣ ହେଉଛି ବାସି ଖାଦ୍ୟ,କୋବି ତରକାରୀ, ମୂଳା, ବିରି ଆଇଟମ ଓ ଅଠାଳିଆ ଅରୁଆ ଭାତ |ଆଠଳିଆ ଖାଦ୍ୟ ଗ୍ୟାସ ରୋଗୀ ଖାଇବା ଉଚିତ ନୁହଁ, ତାହା ସହିତ ଆପଣ ଖାଲି ପେଟରେ କେବେ କ୍ଷୀର ପିଅନ୍ତୁ ନାହିଁ କାରଣ ପେଟରେ ଅଧିକ ଗ୍ୟାସ କରିଥାଏ |ଆପଣ କେବେ ଖଟା ଦହି ମଧ୍ୟ ଖାଆନ୍ତୁ ନାହିଁ, ଫ୍ରେସ ଦହି ଆପଣ ଖାଇ ପାରିବେ |ଗ୍ୟାସ ରୋଗୀ ମୂଳା ଓ ଗ୍ରିନ ଜାତୀୟ ଖାଦ୍ୟ ରାତିରେ ଖାଆନ୍ତୁ ନାହିଁ |ଆପଣ କ୍ଷୀରକୁ ଛେନା କାଟି ଖାଇପାରିବେ |
ଆପଣ ଖାଦ୍ୟର ପରିବର୍ତନ କରିବା ଦ୍ଵାରା ଆପଣଙ୍କ ରୋଗ ବହୁତ ମାତ୍ରାରେ କମିଯିବ, ତାହା ସହିତ ଆପଣ ସବୁବେଳେ ଷ୍ଟ୍ରେସ ଫ୍ରି ହେବା ପାଇଁ ଚେଷ୍ଟା କରନ୍ତୁ |ଆପଣ ରାତ୍ରି ଅନିଦ୍ରା ରୁହନ୍ତୁ ନାହିଁ,ପ୍ରତିଦିନ ସକାଳ ଏକ୍ସସେରସାଇଜ କରିବା ଦ୍ଵାରା ମଧ୍ୟ ଆପଣଙ୍କର ଏହି ରୋଗ କମ ହୋଇଥାଏ |ଆପଣ ନିଜର ଚେଷ୍ଟା ମାଧ୍ୟମରେ ବିନା ଔଷଧରେ ନିଜର ରୋଗ କମାଇ ପାରିବେ
0 Comments