ମୁଗ ବିହନ ବଣ୍ଟନରେ ଅନିୟମିତତା ଅଭିଯୋଗ, ଏକ ନିଆରା ଢ଼ଙ୍ଗରେ ପ୍ରତିବାଦ ଜଣାଇଛନ୍ତି ଚାଷୀ।



 ନୟାଗଡ଼ ଜିଲ୍ଲା,ନୂଆଗାଁ  ବ୍ଲକ କୃଷି ବିଭାଗ ରେ ବିଗତ ଦିନରେ ଚାଷୀଙ୍କୁ ବିହନ ବଣ୍ଟନରେ ଅନିୟମିତତା  ଅଭିଯୋଗ ନେଇ ଗଣମାଧ୍ୟମ ରେ ପ୍ରସାରିତ ହୋଇଥିବା ବେଳେ ଏବେ   ମୁଗ ବିହନ ବଣ୍ଟନ ରେ ପ୍ରକୃତ ଚାଷୀଙ୍କୁ ବଞ୍ଚିତ କରାଯାଇଥିବା ନେଇ ଅଭିଯୋଗ ହୋଇଛି।ମୁଗବିହନ ପାଇବାରୁ ବଞ୍ଚିତ ହୋଇଥିବା ଚାଷୀ ନିଆରା ଢଙ୍ଗରେ ନିଜ ଘର ଆଗରେ ଲେଖୀ ନିରବରେ ଠିଆହୋଇ ପ୍ରତିବାଦ ଯଣାଇଥୀବା ଦେଖିବାକୁ ମିଳିଛି ।



ଅଭିଯୋଗ ଅନୁଯାୟୀ ଚଳିତ ବର୍ଷ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ସିଙ୍ଗାରପଲ୍ଲୀ ପଂଚାୟତର ସୁଣ୍ଡିଝୋଲା ଗ୍ରାମର ଚାଷୀଙ୍କୁ କୃଷି ବିଭାଗ ପକ୍ଷରୁ ମାଗଣାରେ ମୁଗ ବିହନ ଯୋଗାଇ ଦିଆଯାଇଛି।ହେଲେ ଗ୍ରାମର ପ୍ରକୃତ ଚାଷୀ ଏଥିରୁ ବଂଚିତ ହୋଇଛନ୍ତି।ଧାନ,ମୁଗ,ବିରି ପ୍ରଭୃତି ଚାଷ କରି ଆସୁଥିବା ଗ୍ରାମର  ବରିଷ୍ଠ ଚାଷୀ  ବିନ ଦ୍ୱାରି ଙ୍କୁ ମଧ୍ୟ ଏଥିରୁ ବଞ୍ଚିତ କରାଯାଇଛି। ସୀଙ୍ଗାରପଲ୍ଲି ପଞ୍ଚାୟତର ସୁଣ୍ଢିଝୋଲା ଗ୍ରାମରେ   ପ୍ରକୃତ  ଚାଷୀ ଙ୍କୁ ଚିହ୍ନଟ ନ କରି, ଅଣଚାଷି ଙ୍କୁ ମୁଗ ବିହନ ବଣ୍ଟନ କରା ଯାଇଥିବାରୁ, ଏହାର ପ୍ରତିବାଦରେ  ଗ୍ରାମର ବରିଷ୍ଠ  ଚାଷୀ ବିନ ଦ୍ୱାରି ଏକ ନିଆରା ଢଙ୍ଗରେ ନିଜ ଘର ଆଗରେ ପ୍ଲାକାର୍ଡ ରେ ଲେଖି  ନିରବରେ ନୀରବରେ ଛିଡା ଏହାର ପ୍ରତିବାଦ କରିଥିବାର ଦେଖିବାକୁ ମିଳିଥିଲା ବେଳେ ଗ୍ରାମର ଚାଷୀ ନିତ୍ୟାନନ୍ଦ ଗୁରୁ,ଭାରତ ଦ୍ୱାରି ଓ ଆରତୀ ଦ୍ୱାରି ପ୍ରମୁଖ ଚାଷୀ ନିଜ ଦୁଆର ମୁହଁ ରେ ପ୍ଲାକାର୍ଡ ଲଗାଇ ପ୍ରତିବାଦ ଜଣାଇ ଥିବାର ଦେଖିବାକୁ ମିଳିଛି।ସରକାରୀ ମୁଗବିହନ ପାଇବାରୁ  ବଞ୍ଚିତ ଚାଷୀ "ବିନ ଦ୍ୱାରି" ଗଣମାଧ୍ୟମ ଆଗରେ କ୍ଷୋଭ ପ୍ରକାଶ କରିଛନ୍ତି। ନୂଆଗାଁ ବ୍ଲକ କୃଷି ଅଧିକାରିଣୀ ପୂଜା କହଁର ଙ୍କୁ ପଚାରିବାରୁ ଚଳିତବର୍ଷ ପ୍ରଥମ ଥର ପାଇଁ ରବି ଋତୁରେ ମୁଗଚାଷ ନିମନ୍ତେ ମୁଗ ବିହନ ର ବଣ୍ଟନ ଦାୟିତ୍ଵ ଏକ ବେସରକାରୀ ଅନୁଷ୍ଠାନ ଏମ୍.ଏସ.ରିସର୍ଚ୍ଚ ଫାଉଣ୍ଡେସନ କୁ ଦିଆାଇଥିବ କଥା କହିବା ସହ, ଉକ୍ତ ଫାଉଣ୍ଡେସନ ପଞ୍ଚାୟ ପ୍ରତିନିଧି ମାନଙ୍କୁ ଧରି ତାଲିକା ପ୍ରସ୍ତୁତ କରି ଚାଷୀଙ୍କୁ ମୁଗବିହାନ ବଣ୍ଟନ କରିଥିବା କହିଛନ୍ତି। 


Post a Comment

0 Comments