ନୂଆଗାଁ ବ୍ଲକ ପରିସରରେ ଖରିଫ ବିପଣନ ବର୍ଷ ଧାନ ସଂଗ୍ରହ ନୀତି ଆଧାରରରେ ମାନ ନିରୂପଣ ସମ୍ଭଦୀଆ କ୍ରୟ ଅଧିକାରୀ ମାନଙ୍କର ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର

 

.


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ  ଆଜି ଖରିଫ ବିପଣନ ବର୍ଷ ଧାନ ସଂଗ୍ରହ ନୀତି ଆଧାରରରେ ମାନ ନିରୂପଣ ସମ୍ଭଦୀଆ  କ୍ରୟ ଅଧିକାରୀ ମାନଙ୍କର  ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି .ଚାଷୀମାନେ କିଭଳି ଉତ୍ପାଦନ ହୋଇଥିବା ଧାନକୁ ସଠିକ ଭାବରେ ମାନନିରୂପଣ କରାଯିବ ସେ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠତ ହୋଇଯାଇଛି . ଚାଷୀ ସଠିକ ଭାବରେ ଧାନ ଲଗାଇବାଠାରୁ ଆରମ୍ଭ କରି ସଠିକ ଭାବରେ ଧାନ କୁ ଅମଳକରି ସୁରକ୍ଷିତ ଭାବରେ ଘରେ କିଭଳି ରଖିପାରିବ ସେ ନେଇ ନୂଆଗାଁ ବ୍ଲକ ସପ୍ଲାଇ ବି .ହର୍ଷ ଉପସ୍ଥତ ଥିବା ନୂଆଗାଁ ବ୍ଲକ ର ସମସ୍ତ ଚାଷୀ ,ରେଭିନ୍ୟୁ ବିଭାଗ ,ସମସ୍ତ ସମବାୟ ସମିତିର  ,ସଭାପତି ,ସେକ୍ରେଟାରୀ ମାନଙ୍କୁ ପୁଙ୍ଖନୂପୁଖା ଭାବରେ ପ୍ରଶିକ୍ଷଣ ଦେଇଥିଲେ . କିନ୍ତୁ ଚାଷୀ ଓ ସମବାୟ ସମିତି ର ସଭାପତି ,ସେକ୍ରେଟାରୀ ମଧ୍ୟ ରେ ଅସନ୍ତୋଷ ଦେଖାଦେଇଥିଲା . କାରଣ ଯେତେବେଳେ ସମବାୟ ସେକ୍ରେଟାରୀ ମାନେ ଚାଷୀ ଠାରୁ ଧାନ କ୍ରୟ କରନ୍ତି ସେ ସମୟରେ ମିଲର ମାନଙ୍କର ପାଦୃଭାବ ବଢିଥାଏ ରହିଥାଏ .ସେମାନେ ମନଇଛା ଧାନ କାଟି ଓଜନ କରି ମୂଲ୍ୟ ନିରୂପଣ କରିଥାନ୍ତି .


କଣ ପାଇଁ ମିଲର ମାନଙ୍କୁ ଆଜିର ଏହି ପ୍ରଶିକ୍ଷଣ ଶିବିରକୁ ଡକା ଯାଇନାହିଁ ସେ ନେଇ ପ୍ରଶ୍ନ ଉଠିଥିଲା . ଯାହାକି ଚାଷୀ ଓ ସମବାୟ ସମିତି ର ସଭାପତି ,ସେକ୍ରେଟାରୀ ମଧ୍ୟ  ଅସନ୍ତୋଷ ଦେଖା ଦେଇଥିଲା . ସମାନଙ୍କର ଉତର ଦେବାକୁ ଯାଇ ଉପସ୍ଥିତ ଥିବା ନୂଆଗାଁ ତହସିଲ ଡର ହେମନ୍ତ କୁମାର ନାୟକ ବିଭାଗୀୟ କରୁପାକ୍ଷଙ୍କୁ ସମସ୍ତ ବିବରଣୀ ଲିଖିତ ଉପାୟରେ ଜଣାଇବାକୁ ପରାମର୍ଶ ଦେଇଥିଲେ . ବିଗତ ଦିୱାନ ଚାଷୀ ଓ ସମବାୟ ସମିତି ର ସଭାପତି ,ସେକ୍ରେଟାରୀ ଓ ମିଲର ମନକୁ ନେଇ ଏକ ସଭା କରାଯାଇ ସମସ୍ତ ବିଷୟକୁ ଆଲୋଚନା କରାଯାଇ କିଭଳି କୌଣସି ପ୍ରକାର ଅସୁବିଧାର ଚାଷୀ ସମୁଖୀନ ହେବେନାହିଁ . ଧାନ ମନ ସଠିକ ଭାବରେ ନିରୂପଣ କରାଯିବ ଯାହାକି ଚାଷୀର କ୍ଷତି ହେବ ନାହିଁ ସେନେଇ ପଦକ୍ଷପ ନେବା ପାଇଁ ଆଲୋଚନା କରାଯାଇଥିଲା . ଆଜିର କାର୍ଯ୍ୟକ୍ରମରେ ନୂଆଗାଁ ତହସିଲଦାର ସମେତ ,ନୂଆଗାଁ AAO ପୂଜା କହ୍ନର ,ଯୋଗାଣ ବିଭାଗର ମୁଖ୍ୟ ବି .ହରଷ ଉପସ୍ଥିତ ଥିଲେ .

Post a Comment

0 Comments