ଶନିବାର ଓଡ଼ଗାଁ ଗସ୍ତରେ ଆସି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି।ପ୍ରଥମେ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିରର ଜନ୍ମବୃତ୍ତାନ୍ତ ସମ୍ପର୍କରେ ପଚାରି ବୁଝିଥିଲେ।ବିଶେଷ କରି ମନ୍ଦିରର ଦୈନନ୍ଦିନ ପୂଜା ପଦ୍ଧତି,ସେବାୟତ ଓ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା।ଅନ୍ୟପକ୍ଷେ ମନ୍ଦିରକୁ ୫ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ କରିବା ନିମନ୍ତେ ସେବାୟତଗଣ ଓ ଜନସାଧାରଣ ଅନୁରୋଧ କରିଥିଲେ।ଏହା ଉପରେ ବିସ୍ତୃତଭାବେ ଆଲୋଚନା କରି ଖୁବ ଶ୍ରୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଥିବା ଜଣାପଡ଼ିଛି।ଅନ୍ୟପକ୍ଷେ ପୂଜକ ପରିଷଦ ପକ୍ଷରୁ ମନ୍ଦିରର ବିକାଶ ନିମନ୍ତେ ୧୧ଦଫା ସମ୍ବଳିତ ଦାବିପତ୍ର ସମେତ ଶ୍ରୀ ରଘୁନାଥ ଜୀଉଙ୍କ ତୈଳିକ ଫଟୋଚିତ୍ର ପ୍ରଦାନ କରାଯାଇଥିଲା।ରାମସାଗର ପାର୍କ ବୁଲି ଦେଖିବା ସହ ପର୍ଯ୍ୟଟକମାନଙ୍କ ନିମନ୍ତେ ଟିକେଟ ବ୍ୟବସ୍ଥା ଲାଗୁ କରିବା ପାଇଁ କହିଥିଲେ ଯଦ୍ୱାରା ପାର୍କର ରକ୍ଷଣାବେକ୍ଷଣ ଓ ସୁରକ୍ଷା କାର୍ଯ୍ୟରେ ଲାଗିପାରିବ।ପାର୍କ ମଧ୍ୟରେ ବିଭିନ୍ନ ପ୍ରଜାତିର ବିଦେଶୀ ଗଛ ରୋପଣ ହୋଇଥିବା ଦେଖି ଖୁସି ବ୍ୟକ୍ତ କରିବା ସହିତ ପ୍ରଶଂସା କରିଥିଲେ।ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ପ୍ରତ୍ୟେକ ଦିନ ପାର୍କ ଖୋଲା ରଖିବା ସହ ସକାଳୁଆ ଚାଲିବା ପାଇଁ ମାସିକିଆ ଟିକେଟ ବ୍ୟବସ୍ଥା କରିବାକୁ କହିଥିଲେ।ପରିଶେଷରେ ଅମୃତ ସରୋବର ଯୋଜନାରେ ୪୨ ଲକ୍ଷ ବ୍ୟୟ ଅଟକଳରେ ନନ୍ଦିଘୋରଠାରେ ନିର୍ମିତ ବେଢ଼ା ପୁଷ୍କରିଣୀ ପରିଦର୍ଶନ ସହ ପାର୍କ କାର୍ଯ୍ୟ ଓ ବୋଟିଙ୍ଗ ବ୍ୟବସ୍ଥା କାର୍ଯ୍ୟରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।ଏହି ଗସ୍ତ ସମୟରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ,ଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁ,ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ,ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,ତହସିଲଦାର ବିଜୟିତା ସାମନ୍ତସିଂହାର,ବିଡ଼ିଓ ସ୍ୱାତିଲେଖା ଦାସ,ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ,ସରପଞ୍ଚ ସସ୍ମିତା ପାତ୍ର, ଶ୍ୱେତାଲିନା ମିଶ୍ର,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ,ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର,ଦେବୋତ୍ତର ମ୍ୟାନେଜର ତାପସ ପଟ୍ଟନାୟକ, ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ରଙ୍କ ସମେତ ଜନସାଧାରଣ ଉପସ୍ଥିତ ଥିଲେ।
0 Comments