ଚଳିତ ବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜିଠାରୁ ଆରମ୍ଭ ହେଲା ରଥ କାଠର ସଂଗ୍ରହର ପ୍ରକ୍ରିୟା

 


ନୟାଗଡ଼ ବନଖଣ୍ଡରୁ  ରଥକାଠ  ଅନୁକୂଳ ପାଇଁ  ନୟାଗଡ଼ରେ ପହଂଚିଲେ ପୁରୀ ଶ୍ରୀମନ୍ଦିରର ଚାରି ଜଣିଆ ପ୍ରତିନିଧି ଦଳ l ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବରିଷ୍ଠ ତତ୍ୱାବଧାରକ ସୁଦର୍ଶନ ମେକପଙ୍କ ସମେତ ରଥକାଠ ଅମିନ ଓ ଭୋଇ ସର୍ଦାର ମହାପ୍ରଭୁଙ୍କ ଆଜ୍ଞାମାଳ, ମହାପ୍ରସାଦ ଧରି ଧରି ନୟାଗଡ଼ରେ ପହଂଚି ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ଆଜ୍ଞାମାଳ ପ୍ରଦାନ କରିଛନ୍ତି l ଚଳିତ ବର୍ଷ ରଥଯାତ୍ରା ପାଇଁ ମୋଟ 747 ଖଣ୍ଡ  ରଥକାଠର ଆବଶ୍ୟକତା ଥିବା ବେଳେ ନୟାଗଡ଼ ବନଖଣ୍ଡର ବିଭିନ୍ନ ଜଙ୍ଗଲରୁ ଆସନ, ଧଉରା , ଶିମିଳି ଫାଶୀ କାଠ  ସଂଗ୍ରହ କରାଯିବ l ନୟାଗଡ଼ ବନ ବିଭାଗର ସହାୟତାରେ  ଆସନ୍ତାକାଲି ଶ୍ରୀମନ୍ଦିର ପ୍ରତିନିଧି ଦଳ ଗଣିଆ ବ୍ଲକର  ବଡ଼ମୂଳର ବଡ଼ ରାଉଳ ଠାକୁରାଣୀଙ୍କ ପାଖକୁ ଯାତ୍ରାକରିବେ l ଜଙ୍ଗଲରୁ କାଠ କାଟିବା ପାଇଁ  ବଡ଼ ରାଉଳଙ୍କ ପାଖରେ ସ୍ଵତନ୍ତ୍ର  ପୂଜାର୍ଚ୍ଚନା ପରେ ରଥକାଠ ସଂଗ୍ରହ ପ୍ରକ୍ରିୟା ତ୍ୱରାନ୍ୱିତ ହେବ l



ସୁଦର୍ଶନ ମେକାପ, ବରିଷ୍ଠ ତତ୍ୱାବଧାରକ, ଶ୍ରୀମନ୍ଦିର ପ୍ରଶାସନ

Post a Comment

0 Comments