ସିକ୍କିମରେ ବଡ ଦୁର୍ଘଟଣା । ସଡକ ତଳକୁ ଖସିଲା ସେନାର ଟ୍ରକ, ୧୬ ଯବାନ ମୃତ*

 *



*🇮🇳🇮🇳🇮🇳 JAY HIND 🇮🇳🇮🇳🇮🇳*


*ସିକ୍କିମ ଠାରେ ଏକ ବଡଧରଣର ସଡକ ଦୁର୍ଘଟଣା ହୋଇଛି । ଶୁକ୍ରବାର ଦିନ ସେନାର ଏକ ଟ୍ରକ ସଡକ ତଳକୁ ଖସିପଡିବାରୁ ୧୬ ଜଣ ଭାରତୀୟ ଯବାନଙ୍କର ମୃତ୍ୟୁ ହୋଇଛି । ସୂଚନା ପାଇବା ପରେ ଘଟଣା ସ୍ଥଳରେ ଭିଡ ଜମିଛି । ଏହାସହ ଉଦ୍ଧାରକାରୀଦଳ ସେଠାରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।*


*ସୂଚନା ମୁତାବକ ସେନାର ତିନୋଟି ଗାଡି ସକାଳେ ଯବାନମାନଙ୍କୁ ନେଇ ବାହାରିଥିଲେ । ଏହି ଗାଡିଗୁଡିକ ଯବାନମାନଙ୍କୁ ନେଇ ଚଟନରୁ ଥଙ୍ଗୁ ପଟେ ଯାଉଥିଲା । ଜେମା ରାସ୍ତାରେ ଜଣେ ଗାଡି ଚାଳକ ମୋଡରେ ଗାଡି କାଟି ନପାରିବାରୁ ଗାଡିଟି ରାସ୍ତାକଡରେ ଥିବା ଖାଲ ଭିତରକୁ ଗଡିପଡିଥିଲା ।*


*ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କୁହାଯାଉଛି କି ୧୬ ଜଣ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହାସହ ୪ ଜଣ ଯବାନଙ୍କୁ ଗୁରୁତର ଅବସ୍ଥାରେ ହେଲିକପ୍ଟର ସହାୟତାରେ ଉଦ୍ଧାର କରାଯାଇଛି । ଏନେଇ ଭାରତୀୟ ସେନା ପକ୍ଷରୁ ବୟାନ ଜାରି କରାଯାଇଛି । କୁହାଯାଇଛି କି, ଏଭଳି ଦୁଖଦ ଘଟଣା ପାଇଁ ମୃତ ଯବାନଙ୍କ ପରିବାର ସହ ସେନା ଠିଆ ହୋଇଛି ।*

Post a Comment

0 Comments