ନୂଆଗାଁ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ପ୍ରସ୍ତୁତି ବୈଠକ ,ଯୋଗଦେଲେ ମାନ୍ୟବର ବିଧାୟକ ଦଶପଲ୍ଲା .

 



ନୂଆଗାଁ ବ୍ଲକ ପରାଇସାରରେ ଆଜି ଅପରାହନନ ୪ ଘଟିକା ସମୟର ଅବର୍ଷର ପଞ୍ଚୁପାଣ୍ଡବ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠା ଅନୁଷ୍ଠିତ ହୋଇଯାଇଛି . ପଞ୍ଚୁପାଣ୍ଡବ ମହୋତ୍ସବ କମିଟି ର ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ ନୂଆଗାଁ ବିଡ଼ିଓ ପ୍ରମୋଦ କୁମାର ନାୟକ ,ଅଧକ୍ଷା ଲଷ୍ମୀପ୍ରିୟା ବେହେରା ,ତହସିଲଦାର ହେମନ୍ତ କୁମାର ନାୟକ , ଏସ୍ଡିପିଓ ତପସ୍ଵିନୀ କହଁର ନୟାଗଡ଼ ,ନୂଆଗାଁ ଥାନା ଅଧିକାରୀଣି ପୁଷ୍ପଲତା ବେହେରା,ନୂଆଗାଁ ବ୍ଲକ ପୂର୍ବତନ ଅଧକ୍ଷ ସମେତ ନୂଆଗାଁ ପଞ୍ଚୁପାଣ୍ଡବ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ,ସମସ୍ତ ପଂଚାୟତ ଆସିଥିବା ସରପଂଚ ,ସମିତି .ବ୍ଲକ ମଧ୍ୟରେ କାର୍ଯ୍ୟରତ ସମସ୍ତ ବିଭାଗର କର୍ମଚାରୀ .ସହିତ ସମସ୍ତ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ରହିଥିଲେ . ମାନ୍ୟବର ବିଧ୍ୟାଙ୍କ ରମେଶଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ୨୦୨୦ ମସିହାରେ ହୋଇଥିବା ପଞ୍ଚୁପାଣ୍ଡବ ମହୋତ୍ସବ ସମସ୍ତ ବିବରଣୀ ଉପସ୍ଥାପନା କରିଥିଲେ କମିଟି କୋଷାଧକ୍ଷ . ଚଳିତ ବର୍ଷ କିଭଳି ଏହି ପାରମ୍ପରିକ ଉସ୍ଛବ କୁ ବହୁଆଡ଼ମ୍ବର ସହିତ କରାଯିବ ସେନେଇ ମାନ୍ୟବର ବିଧାୟକ ଓ ଉପସ୍ଥିତ ଥିବ ସମସ୍ତ କମିଟି ସଦସ୍ୟଙ୍କ  ସହିତ ଆଲୋଚନ କରାଯାଇଥିଲା . ନୂଆଗାଁ ବ୍ଲକ ଅଧକ୍ଷା ପ୍ରଥମେ ସମସ୍ତ ଉପସ୍ଥିତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଏଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ . ନୂତନ  କରି ଯୋଗଦେଇଥବା ତହସିଲଦାର ନିଜ ଅଭିଭାଷଣ ମାଧ୍ୟମରେ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିବା ପାଇଁ କହିଥିଲେ .ସେହିପରି ସୁରକ୍ଷା ଦାୟତ୍ୱ ବାବଦରେ ସଡିପିଓ ନୟାଗଡ଼ ମଧ୍ୟ କହିଥିଲେ ସମ୍ପୂର୍ଣ୍ଣ ଭାବରେ ସହଯୋଗ ରହିବ .


ପଞ୍ଚୁପାଣ୍ଡବ ମହୋତ୍ସବକୁ କିଭଳି ସରସ  ସୁନ୍ଦର କରା ଯିବ ସେନେଇ ଆଲୋଚନ କରାଯାଇଥିଲେ ବିଧାୟକ .ପ୍ରତେକ ବର୍ଷ ମାହୋସ୍ଛବ ୩ ଦିନ ହେଉଥିଲା କିନ୍ତୁ ଏହିବର୍ଷ ୪ ଦିନ କରାଯିବ ପାଇଁ ନିଷ୍ପତି କରାଗଲା . ଚଳିତ ବର୍ଷ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀମେଳା ୨୦୨୨ଫେବୃଆରୀ ମାସ ୦୨ ,୦୩,୦୪ .୦୫  ରେ କରାଯିବ ପାଇଁ ନିଷ୍ପତି କରାଗଲା .ମହୋତ୍ସବ କିପରି ଶାନ୍ତି ଶୃଙ୍ଖଳା ସହ ସମ୍ପାଦିତ ହେଵ ସେ ଉପରେ ପ୍ରସ୍ତୁତି ବୈଠକ ରେ ଆଲୋଚନା ହୋଇଥିଲା । ପଞ୍ଚୁପାଣ୍ଡବ ମହୋତ୍ସବ ସୁଚାରୁରୂପେ ସମ୍ପାଦିତ ହେବା ପାଇଁ ବିଭିନ୍ନ ବିଭାଗର କମିଟି ଗଠନ କରାଯାଇଥିଲା । ମହୋତ୍ସବ ରେ ଉନ୍ମୋଚନ ହେବାକୁ ଥିବା ପାଞ୍ଚାଳୀ ସ୍ମରଣିକା ପାଇଁ ଆସନ୍ତା ଜାନୁଆରୀ ୧୦ ତାରିଖ ମଧ୍ୟରେ ବିଭିନ୍ନ ଲେଖା ପଠାଇବା ପାଇଁ ସ୍ଥିରୀକୃତ ହେଇଥିଲା  . ସମ୍ପାଦକ ଦିଲ୍ଲୀପ କୁମାର ଦଳ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ । ଚଳିତ ବର୍ଷ ପଞ୍ଚୁପାଣ୍ଡବ ମହୋତ୍ସବ ଏକ ନୂଆ ରୂପ ନୂଆ ରଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଦର୍ଶକ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିବ ବୋଲି କୋଣ ଅନୁକୋଣ ରେ ଆଲୋଚନା ହେଉଛି ।

Post a Comment

0 Comments