ବ୍ଲେସିଂ ଫ୍ରେଣ୍ଡସ କ୍ଲବ ପକ୍ଷରୁ ମିଶନ କମ୍ପାଉଣ୍ଡ ପରିସରରେ ପ୍ରି- କ୍ରୀସମାସ ଡେ ପାଳିତ




କୋରାପୁଟ:୨୪/୧୨/୨୨ରବିବାର ବଡଦିନ ତଥା ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ। ଏହି ଦିନକୁ ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକେ ଖ୍ରୀଷ୍ଟମାସ୍ ଡେ ଭାବେ ପାଳନ କରିଥାନ୍ତି। ଏହି ଦିନକୁ ପାଳନ କରିବା ପାଇଁ କୋରାପୁଟ ଜିଲ୍ଲାର ଖ୍ରୀଷ୍ଟ ସଂପ୍ରଦାୟ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଜିଲ୍ଲାରେ ଥିବା ସମସ୍ତ ଚର୍ଚ୍ଚ ପରିସରକୁ ସୁସଜ୍ଜିତ କରାଯାଇ ସାରିଲାଣି। ଏହି ପରିପ୍ରେଷୀରେ ଶୁକ୍ରବାର ରାତିରେ କୋରାପୁଟ ସହରର ମିଶନ କମ୍ପାଉଣ୍ଡ ସ୍ଥିତ ବ୍ଲେସିଂ ଫ୍ରେଣ୍ଡସ୍ କ୍ଲବର ସଦସ୍ୟ ମାନେ ପ୍ରୀ - ଖ୍ରୀଷ୍ଟମାସ୍ ଡେ ପାଲନ କରିଛନ୍ତି। କୋରାପୁଟ ଖ୍ରୀଷ୍ଟିୟ ଗ୍ରାମପଞ୍ଚାୟତ ସଭାପତି ଲାଲୁ ବାଘଙ୍କ ଉପସ୍ଥିତିରେ ଡ଼ିନ ବିରଞ୍ଚି ଖସଲା ପ୍ରାର୍ଥନା କରିବା ସହ ପିଲା ମାନଙ୍କ ଗହଣରେ କେକ୍ କାଟି ବାଣ୍ଟିଥିଲେ। କାର୍ଯ୍ୟ କ୍ରମରେ ସ୍ଥାନୀୟ ଅଞ୍ଚଳର ସମସ୍ତ ଲୋକେ ଉପସ୍ଥିତ ଥିଲେ।


Post a Comment

0 Comments