ଛାତ୍ରଛାତ୍ରୀ ମାନଙ୍କର ସ୍କୁଲ ଗେଟ ସମ୍ମୁଖରେ ଆନ୍ଦୋଳନ।


 କଟକ ଜିଲ୍ଲା ଆଠଗଡ଼ ଶିକ୍ଷା ଜିଲ୍ଲା ଅନ୍ତର୍ଗତ ଧାଈପୁର ପଞ୍ଚାୟତରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଧାଈପୁର ସ୍କୁଲର ପ୍ରଧାନଶିକ୍ଷକ ବିଜୟ କୁମାର ସାହୁଙ୍କ ବଦଳି ପ୍ରତିବାଦରେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କର ସ୍କୁଲ ଗେଟ ସମ୍ମୁଖରେ ଆନ୍ଦୋଳନ।ବିଜୟ କୁମାର ସାହୁ ଦୀର୍ଘ ୨୦ ବର୍ଷ ଧରି ଉକ୍ତ ମଣିଷ ତିଆରି କାରଖାନା ରେ ଶିକ୍ଷା ଦାନ କରି ଅନେକ ପ୍ରତିଭା ସୃଷ୍ଟି କରିଛନ୍ତି।ସେ ଜଣେ ଉତ୍ତମ ଶିକ୍ଷକ ଭାବେ ଅଞ୍ଚଳରେ ବେଶ ଜଣାଶୁଣା।ଆଜି ତାଙ୍କର ଧାଈପୁର ସ୍କୁଲରୁ ତରଡିଙ୍ଗ ଗ୍ରାମ ସ୍କୁଲକୁ ବଦଳି ହେବାର ଜାଣି ସ୍କୁଲର ଛାତ୍ରଛାତ୍ରୀ ମାନେ ସ୍କୁଲ ଗେଟ ରେ ତାଲା ପକାଇ ସ୍କୁଲ ଗେଟ ସମ୍ମୁଖରେ ପ୍ରତିବାଦ କରୁଥିବାର ଦେଖିବାକୁ ମିଳିଥିଲା ।

ପାଖାପାଖି ଦୁଇ ଘଣ୍ଟା ଧରି ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିବା ପରେ ସ୍କୁଲର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଆସି ଛାତ୍ରଛାତ୍ରୀ ମାନଙ୍କୁ ବୁଝାସୁଝା କରିବା ପରେ ଛାତ୍ରମାନେ ଆନ୍ଦୋଳନରୁ ହଟିଥିଲେ।ସାରଙ୍କ ବଦଳିକୁ ନେଇ ସ୍କୁଲ ପରିସରରେ ଏକ ଭାବବିହ୍ୱଳ ପରିବେଶ ଦେଖିବାକୁ ମିଳିଥିଲା‌। ଆଠଗଡ ରୁ ମହେଶ ଚନ୍ଦ୍ର ଦାସଙ୍କ ରିପୋର୍ଟ।





Post a Comment

0 Comments