ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣା;ଦୋଷୀଙ୍କୁ ଗିରଫ ଦାବି କଲା ସରପଞ୍ଚ ସଂଘ



କଟକ ଜିଲ୍ଲା ନରସିଂହପୁର ବ୍ଲକରେ ଶାସକ ଦଳର ଦୁଇ ଗୋଷ୍ଠି ମଧ୍ୟରେ ଘଟିଥିବା ଗଣ୍ଡଗୋଳରେ ସମସ୍ତ ଅଭିଯୁକ୍ତକୁ ଗିରଫ ପାଇଁ ଦାବି କରିଛି ନରସିଂହପୁର ସରପଞ୍ଚ ସଂଘ। ସଂଘପକ୍ଷରୁ ଏହି ମର୍ମରେ ରବିବାର ଜିଲିଣ୍ଡା ଫାଣ୍ଡିରେ ଏକ ଦାବିପତ୍ର ପ୍ରଦାନ କରାଯିବ ସହ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କ  ରା ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆ ଯାଇଛି। ଖବର ଅନୁସାରେ,  ଯୋଡୁମୁ ସରପଞ୍ଚ ଲୁସି ପ୍ରଧାନଙ୍କର ସ୍ୱାମୀ ତଥା ପ୍ରତିନିଧି ପ୍ରଭଞ୍ଜନ ଭୋଇଙ୍କୁ ଶାସକ ଦଳର କିଛି କର୍ମୀ ଗତ ସାତ ତାରିଖ ରାତ୍ରିରେ ଆକ୍ରମଣ କରିଥିଲେ। ଓଡ଼ସିଙ୍ଗା ଗ୍ରାମରେ ଚାଲିଥିବା ଏକ ମେଲୋଡି କାର୍ଯ୍ୟକ୍ରମ ଚାଲୁଥିବା ବେଳେ ପ୍ରଥମେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ପରେ ଗଣ୍ଡଗୋଳ ଘଟିଥିଲା। ଏହି ଘଟଣା ରେ ସମ୍ପୃକ୍ତ ଥିବା ଯୋଡୁମୁ ସରପଞ୍ଚ ଙ୍କର ସ୍ୱାମୀ ପ୍ରଭଞ୍ଜନ ଙ୍କୁ ଯୋଡୁମୁ ଅଞ୍ଚଳର  ଶାସକ ଦଳର କିଛି କର୍ମୀ  ମରଣାତ୍ମକ ଆକ୍ରମଣ କରି ପ୍ରବଳ ମାରିଥିଲେ।  ପ୍ରଭଞ୍ଜନ ମେଡିକାଲ ଚିକିତ୍ସା ହେବା ସହ ନରସିଂହପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।


ଅଭିଯୋଗ ଆଧାର ରେ ଯୋଡୁମୁ ଅଞ୍ଚଳର ଅଜୟ ବିଶ୍ୱାଳ ଙ୍କ ସମେତ ଆଠ ଜଣ ସହଯୋଗୀଙ୍କ ନାମରେ ୨୩୮/୨୨ ରେ ଏକ ମାମଲା ରୁଜୁ ହୋଇଥିଲା। କିନ୍ତୁ ନରସିଂହପୁର ପୋଲିସ  କେବଳ ମୁନା ଦାସ ଙ୍କୁ ଗିରଫ କରି ଚୁପହୋଇ ବସିଯାଇଛି । ଯାହା ଫଳରେ ଆସାମୀ ମାନେ ଯୋଡୁମୁ ଅଞ୍ଚଳରେ ବୁଲି ସରପଞ୍ଚ ଙ୍କର ପ୍ରତିନିଧି ଙ୍କୁ ବିଭିନ୍ନ ପ୍ରକାରର ଅଶାଳୀନ ମନ୍ତବ୍ୟ ସହ ଭୟ ପଦର୍ଶନ କରୁଥିବାର ପ୍ରତିନିଧି ପ୍ରଭଞ୍ଜନ ଅଭିଯୋଗ କରିଛନ୍ତି। ଏନେଇ ଯୋଡୁମୁ ସରପଞ୍ଚ ଲୁସି ପ୍ରଧାନ ସରପଞ୍ଚ ସଙ୍ଘର ସହଯୋଗ ଲୋଡିଥିଲେ । ସରପଞ୍ଚ ସଂଘର ସଭାପତି ରାଜକିଶୋର ରାଉତ ଙ୍କ ପରାମର୍ଶ କ୍ରମେ ଆଜି (ରବିବାର)  ଆସାମୀ  ମାନଙ୍କୁଶୀଘ୍ର ଗିରଫ କରିବା ଦାବି ରେ ଏକ ଦାବିପତ୍ର ଯୋଡୁମୁ ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର ସେଠି ଙ୍କୁ ପ୍ରଦାନ କରିଛନ୍ତି। ଯଦି ଆଗାମୀ ଦିନରେ ଏତଲା ରେ ଦର୍ଶାଯାଇଥିବା ଆସାମୀ ମାନଙ୍କୁ ଗିରଫ କରା ନ ଯାଏ ତେବେ ସରପଞ୍ଚ ସଙ୍ଘ ଓ ଯୋଡୁମୁ ପଂଚାୟତ ବାସୀ ରାଜରାସ୍ତାକୁ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ଆଠଗଡ ରୁ ମହେଶ ଚନ୍ଦ୍ର ଦାସଙ୍କ ରିପୋର୍ଟ।

Post a Comment

0 Comments