ବର୍ତ୍ତମାନ ର ବଡ ଖବର ପଛପଟୁ ଧକ୍କା ଦେଲା ବୋଲେରୋ, ଦୁଇ ଛାତ୍ରୀ ଗୁରୁତର ଶ୍ରୀରାମଚନ୍ଦ୍ରପୁର ମେଡିକାଲ ରେ ଭର୍ତ୍ତି ଏପରି ଘଟଣା ଦେଖିବାକୁ ମିଳିଛି ନିହଲପ୍ରସାଦ ଥାନା ଅଧୀନସ୍ଥ ଭାଲିଆପାଟ ଛକ ନିକଟରେ ତେବେ ଭାଲିଆପାଟ ଅଞ୍ଚଳର ରିମା ମାଲିକ ଓ ସୈଦାମିନି ମଲିକ ପିଙ୍ଗୁଆ ହାଇସ୍କୁଲ ରୁ ପରିକ୍ଷା ସାରି ଫେରିବା ବେଳେ ପଛପଟୁ ଅଜଣା ବୋଲେରୋ ଧକ୍କା ଦେଇଥିଲା ଯାହା ଫଳରେ ଦୁଇ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି ଏପଟେ ସ୍ଥାନୀୟ ଲୋକେ 108 ଆମ୍ବୁଲାନ୍ସ ଯୋଗେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଦୁଇ ଛାତ୍ରୀଙ୍କୁ ଭର୍ତ୍ତି କରିଛନ୍ତି। ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସଙ୍ଗେ ସଙ୍ଗେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।
0 Comments