ମୀନକେତନ ମେମୋରିଆଲ କଲେଜ ମଧ୍ୟରେ ଆରମ୍ଭ ହେଲା ସଂକୃତ ପ୍ରଶିଖଂ ଶିବିର

 


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମଧ୍ୟରେ ଥିବା ଏକ ମାତ୍ର ସଂକୃତ ମହାବିଦ୍ୟାଳୟ ମୀନକେତନ ମେମୋରିଆଲ ସଂକୃତ ବିଦ୍ୟାଳୟ ମଧ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ସଂକୃତ ପ୍ରଶିଖଂ ଶିବିର .୧୦ ଦିଅନା ଧରି ଏହି ଶିବିର ଚାଲିରହିବ . ଆଜି ଆନୁଷ୍ଠାନିକ ଭାବରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଲଷ୍ମୀନାରାୟଣ ପଟନାୟକ ପ୍ରଦୀପ ପ୍ରଜ୍ୱଳନ କରି ଶିବିରକୁ ଆରମ୍ଭ କରିଥିଲେ .


ମହାବିଦ୍ୟାଳୟର ଅଧକ୍ଷ ପଦ୍ମଚରଣ ସାହୁଙ୍କ ଅଧକ୍ଷତରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେବ . ୱାପଶାସ୍ତ୍ରୀ ଓ ଶାସ୍ତ୍ରୀ ବର୍ଷର ଛାତ୍ର ଛାତ୍ରୀ ଏହି ପ୍ରଶିକ୍ଷଣ ଶିବିରରରେ ଯୋଗଦେବେ . ଦଶଦିନ ଧରି ଏହି ଶିବିରରେ ସଂକୃତ ଭାଷାର ଆବଶ୍ୟକତା ,ଆଭିମୁଖ୍ୟ ,ଭାଷା ଶୈଳୀ ,ସଂକୃତ ଭାଷାରେ କଥା ହେବ ସହିତ ସଂକୃତ ସାହିତ୍ୟ ,ଦର୍ଶନ ,ବ୍ୟାକରଣ ,ନୟାୟ ସମସ୍ତ ବିଷୟରେ ଛାତ୍ର ଛାତ୍ରୀଙ୍କୁ ସବିଶେଷ ପ୍ରଶିକ୍ଷଣ ଦିଆଯିବ . ଆଜିର ପ୍ରଥମ ଦିନ ରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏହି ଶିବିରରେ ଭାଗନେଇଥିଲେ . 

Post a Comment

0 Comments