ଆଜି ସ୍ବର୍ଗତ ଯଯାତିକେଶରୀ ସାହୁଙ୍କ 20ତମ ଶ୍ରାଦ୍ଧବାର୍ଷିକ ଦିବସରେ ଶ୍ରୀ ଗୋଦାବରୀ ରାଉତଙ୍କ ନେତୃତ୍ୱରେ ଅନେକ ଯୁବଗୋଷ୍ଠୀ ନାଇରା ଗ୍ରାମ ଯାଇ ସ୍ବର୍ଗତ ଯଯାତି ସାହୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମରେ ନାଇରା ପଂଚାୟତର ସରପଞ୍ଚ ଶ୍ରୀମତି ତୁଳସା ଶବର ଓ ସମିତିସଭ୍ୟ ଶ୍ରୀମତି ସୁମିତା ଶବର ଉପସ୍ଥିତ ରହିଥିଲେ l ପଦ୍ମପୁରରେ ଆୟୋଜିତ ରକ୍ତଦାନ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ଶ୍ରୀ ଗୋଦାବରୀ ରାଉତ ରକ୍ତଦାନ କରିଥିଲେ lଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନେତା ଶ୍ରୀ ରମାନନ୍ଦ ସାହୁ ବାଲାଜୀ ପଢି ଚେଲ୍ପତି ରାଓ ଟୁକୁନା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ରାୟଗଡ ଜିଲ୍ଲା ପଦ୍ମପୁର ରୁ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ
0 Comments